/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690460755.jpg)
Women Passenger
ଯାତ୍ରିବାହୀ ବସରେ ମହିଳା ଯାତ୍ରୀଙ୍କୁ ପ୍ରଥମ ଯାତ୍ରୀ ଭାବେ ନ ଉଠାଇବା ପ୍ରସଙ୍ଗ । ଏନେଇ ପିଟିସନ ରୁଜୁ ପରେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ରାଜ୍ୟ ପରିବହନ ବିଭାଗକୁ ଅନୁରୋଧ କରିଛନ୍ତି ରାଜ୍ୟ ମହିଳା କମିଶନ। କହିଛନ୍ତି, ମହିଳାଙ୍କୁ ବସ ଚଢିବା ବେଳେ ପ୍ରାଥମିକତା ଦିଆଯିବା ଦରକାର । ତାଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା ପାଇଁ ବସ କର୍ମଚାରୀ ଯତ୍ନବାନ ହେବା ଆବଶ୍ୟକ । ଉଭୟ ସରକାରୀ ଓ ଘରୋଇ ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଉଠାଇବାକୁ ମହିଳା କମିଶନ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବସରେ ମହିଳାଙ୍କ ପାଇଁ ସିଟ ସଂଖ୍ୟାକୁ ୫୦ ପ୍ରତିଶତକୁ ବଢ଼ାଯାଉ । ବସରେ ମହିଳାଙ୍କ ପାଇଁ ଦିଆଯାଉଥିବା ସୁବିଧା ବାବଦରେ ଆକସ୍ମିକ ପରିଦର୍ଶନ କରି ଯାଞ୍ଚ କରିବେ ମହିଳା କମିଶନ ।
କିଛି ଦିନ ତଳେ ଭୁବନେଶ୍ୱର ବରମୁଣ୍ଡାରୁ ମାଲକାନଗିରି ଅଭିମୁଖେ ଯାତ୍ରା କରିବାକୁ ଥିବା ଜଣେ ମହିଳା ଯାତ୍ରୀଙ୍କୁ ପ୍ରଥମ ଯାତ୍ରୀ ଭାବେ ଉଠାଇବାକୁ ବାରଣ କରିଥିଲେ କଣ୍ଡକ୍ଟର । ଟିକେଟ ଥାଇ ବି ଅପେକ୍ଷା କରିବାକୁ କୁହାଯାଇଥିଲା । କିଛି ସମୟ ପରେ ଜଣେ ପୁରୁଷ ଯାତ୍ରୀ ଚଢିବା ପରେ ମହିଳାଙ୍କୁ ବସରେ ବସିବାକୁ ଅନୁମତି ଦିଆଯାଇଥିଲା । ଏପରିକି ବସ ମାଲିକ କହିଥିଲେ ଯେ ମହିଳା ଯାତ୍ରୀ ବସାଇଲେ ଅଘଟଣ ଘଟିଥାଏ । ଏନେଇ ଘାସିନାଥ ପଣ୍ଡା ନାମକ ସାମାଜିକ କର୍ମୀ ଏକ ପିଟିସନ ରୁଜୁ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)