Advertisment

ପ୍ରାୟ ସବୁ ଜିଲ୍ଲାରେ ବିଜେଡି-ବିଜେଡି ଲଢ଼େଇ, ନେତା କରୁଛନ୍ତି ସମାନ୍ତରାଳ ସଂଗଠନ !

ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ବିଜେଡି ପାଇଁ ଦଳରେ ବିଦ୍ରୋହ ଏବେ ସବୁଠାରୁ ବଡ଼ ଚିନ୍ତା ହୋଇଛି। ଏହାକୁ ଠିକ୍  ରେ ମ୍ୟାନେଜ୍ କରିନପାରିଲେ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେବ।

author-image
Satyendu Shekher Mishra
undefined

Odisha Politics, BJD

ବିଜେଡି ବନାମ ବିଜେଡି ଲଢେଇକୁ ନେଇ ଦଳରେ ଟେନସନ୍ । ନିର୍ବାଚନ ପୂର୍ବରୁ ବିଜେଡିରେ ଦେଖାଦେଲାଣି ସମାନ୍ତରାଳ ସଙ୍ଗଠନ । ବନ୍ଧୁମିଳନ ନାଁରେ ହେଉଛି ସଭା ସମିତି । ବିଧାୟକଙ୍କ ବିରୋଧରେ ଗର୍ଜନ କରୁଛନ୍ତି ଦଳୀୟ ନେତା । ଯେମିତିକି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ। ଏଠି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ମଧ୍ୟରେ ଛକାପଞ୍ଝା ସ୍ଥିତି । ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଗର୍ଜିବା ସହ ପରଦେଶୀ ବିଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଅମରେନ୍ଦ୍ର । ଏତିକିରେ ଚୁପ୍ ନରହି କହିଛନ୍ତି, ଭୟରେ ତାଙ୍କୁ ବିଧାୟକ ପ୍ରଶାନ୍ତ ମୁଦୁଲି ଦଳୀୟ ସଭାସମିତିକୁ ଡାକନ୍ତି ନାହିଁ ।

Advertisment

ଅମରେନ୍ଦ୍ରଙ୍କ ଅଭିଯୋଗ ଉପରେ ପ୍ରଶାନ୍ତଙ୍କ ପ୍ରତିକ୍ରିୟା ମିଳି ନଥିବାବେଳେ ଜିଲ୍ଲା ସଭାପତି ରବି ନାରାୟଣ ଜେନା କହିଛନ୍ତି ବିଜେଡି ସୁପ୍ରିମୋ ଯାହା ନିର୍ଦ୍ଦେଶ ଦେବେ ତାକୁ ସମସ୍ତେ ମାନିବେ ।

ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମାନ ସ୍ଥିତି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ରଘୁନନ୍ଦନ ଦାସଙ୍କ ବିରୋଧରେ ମେଳି କରୁଛନ୍ତି ବିଜେଡିର ଯୁବ ନେତା ସଂଜୀବ ବିଶ୍ୱାଳ । ବନ୍ଧୁମିଳନ ନାଁରେ ସଂଜୀବ ଦଳର ଅସନ୍ତୁଷ୍ଟ ନେତା, କର୍ମୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ସଭାସମିତି କରୁଛନ୍ତି । ତରାସାହି ପଂଚାୟତରେ ସଭା କରି ରଘୁନନ୍ଦନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଆଉ ଟିକେଟ୍ ପାଇଲେ ନିର୍ବାଚନରେ ଲଢ଼ିବେ ବୋଲି ଖୋଲାଖୋଲି କହିଛନ୍ତି ।

Advertisment

ସେପଟେ ରଘୁନନ୍ଦନ କହିଛନ୍ତି ସେ ନିର୍ବାଚନ ମଣ୍ଡଳୀ ସେବାରେ ଲାଗିଛନ୍ତି। ସେପଟେ ଜିଲ୍ଲାର ଅନ୍ୟତମ ନିର୍ବାଚନ ମଣ୍ଡଳୀ ତର୍ତ୍ତୋଲରେ ଜଗତସିଂହପୁର ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ବିଜୟ ଶଙ୍କର ଦାସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ଅନ୍ୟପଟେ ପାରଦୀପରେ ବିଧାୟକ ସମ୍ବିତ ରାଉତରାୟ ଓ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ଛକାପଞ୍ଝା ସ୍ଥିତି କଥା କାହାକୁ ଅଛପା ନାହିଁ ।

ବାଲେଶ୍ୱର ଜିଲ୍ଲାର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡିରେ ଗୋଷ୍ଠୀକନ୍ଦଳ ସ୍ଥିତି। ଗତ ନିର୍ବାଚନରେ ନୀଳଗିରିର ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ କିଛିଦିନ ତଳେ ବାହାନଗା ବ୍ଲକ ପଥରପେଣ୍ଠ ପଂଚାୟତରେ ଠେଲାପେଲା କରିଥିଲେ ଦଳୀୟ କର୍ମୀ । ଏହି ଭିଡଓ ଭାଇରାଲ୍ ହେବା ପରେ ତେଜିଛି ରାଜନୀତି । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉପସ୍ଥିତିରେ ବିଜେଡି ନେତା ଶରତ ରାଜ ଗୋଷ୍ଠୀ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ସେପଟେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଓ ଅନ୍ୟ ବିଧାୟକମାନଙ୍କ ମଧ୍ୟରେ ମଧ୍ୟ ସଂପର୍କ ସେତେଟା ଭଲ ନଥିବା କୁହାଯାଉଛି ।

ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ବିଜେଡି ପାଇଁ ଦଳରେ ବିଦ୍ରୋହ ଏବେ ସବୁଠାରୁ ବଡ଼ ଚିନ୍ତା ହୋଇଛି। ଏହାକୁ ଠିକ୍  ରେ ମ୍ୟାନେଜ୍ କରିନପାରିଲେ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେବ।

BJD BJP Congress Odisha Politics
Advertisment
Advertisment