/odishatv-khabar/media/post_attachments/uploadimage/library/16_9/16_9_0/OSC_1690461909.jpg)
OSC
୨୦୨୧ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ଉପରେ ପୂର୍ବରୁ ରହିଥିବା ଅଙ୍କୁଶ ହଟିଛି । ୨୦୨୩ ଜୁଲାଇ ୨୧ରେ ହାଇକୋର୍ଟ ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି କୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସମଗ୍ର ସିଭିଲ୍ ସର୍ଭସ ପରୀକ୍ଷା ଫଳ ଉପରେ ପରୋକ୍ଷରେ କଟକଣା ରହିଥିଲା ।
ହାଇକୋର୍ଟଙ୍କ ଜୁଲାଇ ୨୧ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଂଗ ନେଇ ଓଡ଼ିଶା ଲୋକସେବା ଆୟୋଗ 'ଓପିଏସସି' ତରଫରୁ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାୟର କରାଯାଇଥିଲା । ଜଣେ ପ୍ରାର୍ଥୀଙ୍କୁ ପର୍ସନାଲିଟି ଟେଷ୍ଟକୁ ଡକା ନ ଯିବା ବିବାଦକୁ ନେଇ ଦାୟର ମାମଲାରେ ସମଗ୍ର ନିଯୁକ୍ତି ପ୍ରକ୍ରିୟା, ଫଳ ପ୍ରକାଶ ଉପରେ ଅଙ୍କୁଶ ଜାରି କରାଯିବା ଦ୍ୱାରା ଅନ୍ୟ ଶତାଧିକ ପ୍ରାର୍ଥୀ ପ୍ରଭାବିତ ହେବେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ।
ହାଇକୋର୍ଟ ଓପିଏସ୍ସି ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ ଓପିଏସ୍ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦବୀରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ । ବିଚାରାଧୀନ ମାମଲାର ଫଳାଫଳ ଉପରେ ଏହି ପ୍ରସଂଗ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି । ଜଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଓପିଏସ୍ସିର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଓପିଏସ୍ସି ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)