• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

OSSC ନିଯୁକ୍ତି ଦୁର୍ନୀତିର CBI ତଦନ୍ତ ଦାବି କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଯଦି ସରକାର ନୈତିକତା ଓ ସ୍ପଷ୍ଟତା ଚାହୁଁଛନ୍ତି CBIକୁ ମାମଲା ହସ୍ତାନ୍ତର କରନ୍ତୁ ବୋଲି କହିଛନ୍ତି ମନମୋହନ । ନିଜ ଛବି ସୁଧାରିବା ଓ ପିଲାଙ୍କୁ ନ୍ୟାୟ ଦେବାକୁ ଚାହୁଁଥିଲେ ଏଭଳି କରନ୍ତୁ । ଯଦି ଏଭଳି ନ କରିବେ ଆମେ ବାଧ୍ୟ ହୋଇ ବିକଳ୍ପ ଚିନ୍ତା କରିବୁ ବୋଲି କହିଛନ୍ତି ମନମୋହନ । ସରକାର ବିଳମ୍ବ ନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କଲେ କେଉଁ କେଉଁ ରାଜ୍ୟ ସଂପୃକ୍ତ, କିଏ ବଡ଼ପଣ୍ଡା ଅଛନ୍ତି ଜଣାପଡ଼ିଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।

ସେପଟେ ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ସେ ରାଜନୀତି କରୁଥିବା କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।

ଅନ୍ୟପଟେ ଗତକାଲି OSSC ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ପ୍ରତିକ୍ରିୟା ଦେଇ କହିଥିଲେ ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ପ୍ରିଣ୍ଟିଂ ପ୍ରେସ୍‌ର ଜଣେ ହେଲ୍‌ପର ପ୍ରଶ୍ନପତ୍ର ଲିକ୍‌ କରିଥିଲେ । ପ୍ରେସ୍‌ରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲେ । ମାଷ୍ଟରମାଇଣ୍ଡ ବିହାରର ଜଣେ ସରକାରୀ ଅଧିକାରୀ । ସଂପୃକ୍ତ ପ୍ରିଣ୍ଟିଂ ପ୍ରେସଟି ଓଡ଼ିଶା ବାହାରେ ରହିଛି । ଓଡ଼ିଶାରୁ ଗିରଫ ଲୋକ କେବଳ ମଧ୍ୟସ୍ଥ କାମ କରୁଥିଲେ । ଓଡ଼ିଶାରୁ କୌଣସି ସରକାରୀ ଅଧିକାରୀଙ୍କ ସଂପୃକ୍ତି ଜଣାପଡ଼ିନି ବୋଲି କହିଥିଲେ ଏସ୍‌ପି ସାଗରିକା ନାଥ ।

ସେ ଆହୁରି କହିଛନ୍ତି ଯେ ୯ରୁ ୧୧ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ପ୍ରେସରୁ ଆଣିଥିଲା ହେଲ୍‌ପର । ଲିକ୍‌ କରିଥିବା ହେଲପର ଓ ମାଷ୍ଟରମାଇଣ୍ଡ ଗୋଟିଏ ଗାଁର ବୋଲି ଜଣାପଡ଼ିଛି । ଏହାସହ ଏହି ମାମଲାର ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଏବେ ବି ତଦନ୍ତ ଚାଲିଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୭ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ବୋଲି ମଧ୍ୟ କହିଥିଲେ ଏସ୍‌ପି ସାଗରିକା ।