• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାତୀୟ ରାଜନୀତିରେ ମୂଲଚାଲ ପାଇଁ ଲୋକସଭା ସିଟ୍ ଉପରେ ବିଜେଡିର ସ୍ୱତନ୍ତ୍ର ଫୋକସ । ହାରିଥିବା ୯ ଲୋକସଭା ସିଟରେ ଦଳର ବିଜୟ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି । ତେବେ ସବୁଠୁ ପ୍ରେଷ୍ଟିଜିୟସ୍ ଲୋକସଭା ଆସନ ଭୁବନେଶ୍ୱରକୁ ନେଇ ବିଜେଡିର ଅଧିକ ଚିନ୍ତା ।

ବିଜେଡିକୁ ଲୋକସଭା ସିଟ୍ ଚିନ୍ତା । ସରକାରଙ୍କୁ ଅଡୁଆରେ ପକାଉଥିବା ସାଂସଦଙ୍କୁ ମାତ୍ ଦେବାକୁ ପ୍ଲାନ୍ । ଜାତୀୟ ରାଜନୀତିରେ ମୂଲଚାଲ ପାଇଁ ବିଜେଡିର ବଡ଼ କସରତ । ଫୋକସରେ ରହିଛି ୨୦୧୯ରେ ହାରିଥିବା ୯ ଲୋକସଭା ସିଟ୍ । କଳାହାଣ୍ଡି, ବଲାଙ୍ଗିର, ବରଗଡ଼ସମ୍ବଲପୁର, ସୁନ୍ଦରଗଡ ଭଳି ପଶ୍ଚିମ ଓଡ଼ିଶାର 5T ଯାକ ସିଟ୍ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦଳୀୟ ନେତାଙ୍କୁ ଟାସ୍କ ଦେଇଛି ବିଜେଡି ।

ଅନ୍ୟପଟେ ଗତଥର ପଦ୍ମ ଫୁଟିଥିବା ମୟୂରଭଂଜ, ବାଲେଶ୍ୱର ଓ ଭୁବନେଶ୍ୱର ପାଇଁ ବି ସ୍ୱତନ୍ତ୍ର ରଣକୌଶଳ କରିଛି ଦଳ । ତେବେ ପ୍ରେଷ୍ଟିଜିୟସ୍ ଲୋକସଭା ସିଟ୍ ଭୁବନେଶ୍ୱର ଉପରେ ଶଙ୍ଖ ଦଳର ଅଧିକ ଗୁରୁତ୍ୱ । କାରଣ ଏଠି ସାଂସଦ ବିଜେପିର ଫାୟରବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀ । ଫାଇଭ ଟି ସଚିବଙ୍କ ଗସ୍ତଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶାଣିତ ଢଙ୍ଗରେ ଆକ୍ରମଣ କରୁଛନ୍ତି, ସବୁ ପ୍ରସଙ୍ଗରେ ସରକାରକୁ ଅଡୁଆରେ ପକାଉଛନ୍ତି ଅପରାଜିତା ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ପିଏମ୍ -କିଷାନ୍ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା କେତେ ?

ତେଣୁ ତାଙ୍କୁ ମାତ୍ ଦେବାକୁ ବିଜେଡି କାହାକୁ ମୈଦାନକୁ ଓହ୍ଲାଇବ ସେନେଇ ଅଙ୍କ କଷୁଛି । ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ତେବେ ଅପରାଜିତାଙ୍କ ବିପକ୍ଷରେ ଦଳ ମହିଳା ପ୍ରାର୍ଥୀ ଦେବ ନା କୌଣସି ହେଭିୱେଟ୍‌କୁ ଠିଆ କରେଇବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଶଙ୍ଖଭବନରେ ଖୋର୍ଦ୍ଧା-ଭୁବନେଶ୍ୱର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏନେଇ ଖୁବ୍ ମାନସମନ୍ଥନ ବି ହୋଇଛି। ସେପଟେ ଅପରାଜିତା କହିଛନ୍ତି ଯିଏ ବି ଆସନ୍ତୁ ଏଥର ଲୋକେ ହିଁ ନିର୍ବାଚନ ଲଢ଼ିବେ।

ସେପଟେ ଭୁବନେଶ୍ୱର ବାଦ ୧୯ ନିର୍ବାଚନରେ ହାରିଥିବା ଅନ୍ୟ ୮ ଲୋକସଭା ସିଟରେ ବି ବାଜିମାତ୍ ଟାର୍ଗେଟରେ ଅଛି ଦଳ। ବିଶେଷରେ ସରକାରଙ୍କୁ ଅକଳରେ ପକାଉଥିବା ସୁନ୍ଦରଗଡ଼, ମୟୁରଭଂଜ, ବାଲେଶ୍ୱର, ବରଗଡ଼ ଓ କୋରାପୁଟର ସାଂସଦମାନଙ୍କୁ କେମିତି ହରାଇ ହେବ ସେନେଇ ଦଳୀୟ ନେତାଙ୍କୁ ରୋଡମ୍ୟାପ୍ ଦିଆଯାଇଛି। ଏଥିସହ ବିଜେଡି ଯେଉଁଠି ଅଳ୍ପ ଭୋଟରେ ଜିତିଥିଲା ତା ପାଇଁ ବି ଅଙ୍କ କଷିଛି । ତେବେ ଏବେଠୁ ଲୋକସଭା ସିଟକୁ ନେଇ ମୁହାଁମୁହିଁ ହେଲେଣି ବିଜେଡି-ବିଜେପି । ଏଇ ଯେମିତି ବାଲେଶ୍ୱର ସଂସଦୀୟ କ୍ଷେତ୍ର କଥା ।

ଅଧିକ ଲୋକସଭା ସିଟ୍ ଜିତିଲେ ଦିଲ୍ଲୀ ରାଜନୀତିରେ ବିଜେଡି ମୂଲଚାଲ କରିପାରିବ । ଆଉ ଅଧିକ ବିଧାନସଭା ସିଟ୍ ଜିତିଲେ ୧୦ରୁ ୧୦ ରାଜ୍ୟ ସଭା ସିଟ୍ ବି ହାସଲ କରି ପାରିବ। ଯାହାଦ୍ୱାରା ଜାତୀୟ ରାଜନୀତିରେ ଏକ ନିର୍ଣ୍ଣାୟକ ଭୂମିକା ନେଇ ହେବ । ତେଣୁ ଏବେ ବିଜେଡି ସେଇ ଗଣିତରେ ଅଛି । ହେଲେ ଗତଥର ମୋଦି ହାୱାକୁ ଦେଖି ଏଥର ମଧ୍ୟ ବିଜେଡି ନେତାମାନେ ଲୋକସଭା ନିର୍ବାଚନ ଲଢିବାକୁ ସେତେଟା ଆଗ୍ରହୀ ନଥିବା କୁହାଯାଉଛି । ଯାହା ବିଜେଡିର ଚିନ୍ତାକୁ ବଢ଼ାଇଛି।

  • Reported by:
  • SIBANANDA ROUT , HARIHARA CHAND