• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି । ଯଶିପୁର କାଳିଆଣି ଗେଟ୍‌ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡିକୁ ପ୍ରବେଶ ଅନୁମତି ରହିଛି । ଏଥି ପାଇଁ  ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି ।

ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି ।  ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ  ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ଖାଦ୍ୟର ମୂଲ୍ୟ ଦେବାକୁ ପଡ଼ିବ ।

ଶିମିଳିପାଳର ଆୟତନ ୨୭ ଶହ ୫୦ ବର୍ଗ କି.ମି. ହୋଇଥିବା ବେଳେ, ଏହି ଜାତୀୟ ଉଦ୍ୟାନରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ, ୨୩୧ ପ୍ରଜାତିର ପକ୍ଷୀ ଓ ୨୯ ପ୍ରଜାତିର ସରୀସୃପ ଦେଖିବାକୁ ମିଳନ୍ତି । ଅଭୟାରଣ୍ୟରେ ଥିବା ସୁଉଚ୍ଚ ପର୍ବତମାଳା ଓ ଝରଣାର ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆମୋଦିତ କରିଥାଏ ।