• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଟ୍ରକ୍ ଧକ୍କାରେ ମଝିରେ ଚାପି ହୋଇ ଚୁରମାର ହୋଇଗଲା କାର । ଏହି ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟି ରାସ୍ତାରେ ଦୁର୍ଘଟଣା ଘଟିଛି ।

ଏକ ଲୁହା ବୋଝେଇ ଟ୍ରକ କେନ୍ଦୁଝର ପଟୁ ଆସି ଏକ ଟ୍ରକ୍ ପଛରେ ଥିବା ଇନୋଭା ଗାଡ଼ିକୁ ଚାପି ଦେଇଥିଲେ । ଫଳରେ ଗାଡ଼ିରେ ଥିବା ଦୁଇ ମହିଳାଙ୍କ ଗାଡିରେ ଚାପି ହୋଇ ମୃତ୍ୟୁ ହୋଇଛି । ତୁରନ୍ତ ଦମକଳ ବାହିନୀ ଏବଂ ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି କାର ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

ଇନୋଭା ଗାଡ଼ିରେ ମୋଟ୍ ଆଠ ଜଣ ଥିଲେ । ଗାଡ଼ି ଭିତରେ ଚାପି ହୋଇ ଅନ୍ୟମାନଙ୍କୁ ସ୍ଥାନୀୟ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

  • Reported by:
  • MANIK Lal PANI