Advertisment

ପୋଲିସ୍‌ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ASI ଓ ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ...

ପୋଲିସ୍‌ କର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାରେ କାର୍ଯ୍ୟରତ ASI ଆନନ୍ଦ ମାଝୀ ଓ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Complain registered against ASI and homeguard over rape allegation charges in Mayurbhanj

Complain registered against ASI and homeguard over rape allegation charges in Mayurbhanj

ପୋଲିସ୍‌ କର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାରେ କାର୍ଯ୍ୟରତ ASI ଆନନ୍ଦ ମାଝୀ ଓ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।

Advertisment

ASI ଆନନ୍ଦ ମାଝୀଙ୍କ ସରକାରୀ କ୍ୱାର୍ଟର୍ସରେ କାମ କରୁଥିବା ନାବାଳିକାଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାର ପିଉସୀ ଏନେଇ ଏତଲା ଦେବା ପରେ ରାଇରଙ୍ଗପୁର ପୋଲିସ ASI ଆନନ୍ଦ ମାଝୀଙ୍କୁ ଗିରଫ କରିଛନ୍ତି ।

ସେପଟେ ଜାମଦା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଦେବାନନ୍ଦ ପାତ୍ରଙ୍କ ବିରୋଧରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ଆସିଛି । ଝାଡ଼ଖଣ୍ଡ ଲାଗଡା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଦେବାନନ୍ଦଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଗତ କିଛିଦିନ ହେବ ନାବାଳିକାଙ୍କ ମା’ ଅସୁସ୍ଥ ଥିଲେ । ଅକ୍ଟୋବର ୧୧ରେ ନାବାଳିକାଙ୍କ ମାମୁ ହୋମଗାର୍ଡ ଦେବାନନ୍ଦଙ୍କୁ ଯୋଗାଯୋଗ କରିଥିଲେ । 

Advertisment

ଦେବାନନ୍ଦ ଝଡ଼ାଫୁଙ୍କା ଜରିଆରେ ଠିକ୍‌ କରିଦେବେ ବୋଲି କହିଥିଲେ । ହେଲେ ଏଥିପାଇଁ କୁଆଁରୀ ଝିଅ ଯାହାର ବୟସ ୧୪ ବର୍ଷ ହୋଇଥିବ ତାଙ୍କୁ ଆଣିବ ବୋଲି ହୋମଗାର୍ଡ କହିଥିଲେ । ଏହାପରେ ବ୍ୟକ୍ତି ଜଣକ ନିଜ ଭାଣିଜୀ ସହ ଅକ୍ଟୋବର ୧୪ରେ ହୋମଗାର୍ଡଙ୍କ ପାଖକୁ ଯାଇଥିଲେ । ସେହି ଦିନ ପୂଜାର୍ଚ୍ଚନା ପରେ ରାତିରେ ହୋମଗାର୍ଡ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । 

ଉଭୟ ମାମଲାରେ ପୋଲିସ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।

Rape Allegation
Advertisment
Advertisment