/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706106145.jpg)
Black Tiger
ଶିମିଳିପାଳରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ । ମେଲାନିଷ୍ଟିକ ବାଘ ସଫାରୀ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ‘ଏକ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବରରୁ ପର୍ଯ୍ୟଟକ ବୁଲିବେ କଳାବାଘ ସଫାରୀ ।
ଶିମିଳିପାଳରେ କଳାବାଘ ସଫାରୀ ଲାଗି NTCA ଅନୁମତି ଦେଇଛନ୍ତି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଠାରୁ ୧୫ କିମି ଦୂରରେ ଏହି ସଫାରୀ ହେବ । ଶିମିଳିପାଳର ୨୦୦ ହେକ୍ଟର ଜମିରେ ପ୍ରତିଷ୍ଠା ହେବ କଳା ବାଘ ସଫାରୀ । ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ହେବ ବାଘ ରହଣି ସ୍ଥଳ । ବାକି ୧୦୦ ହେକ୍ଟରରେ ପାର୍କିଂ ଓ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ ।
ସ୍ୱାସ୍ଥ୍ୟ କେନ୍ଦ୍ରଟି ବିଶ୍ୱସ୍ତରୀୟ ବ୍ୟାଘ୍ର ଚିକିତ୍ସା କେନ୍ଦ୍ର ହେବ । ପ୍ରାଥମିକ ଭାବେ ନନ୍ଦନକାନନରେ ଥିବା ୩ଟି କଳା ବାଘ ଓ ଗୋଟିଏ ଧଳା ବାଘଙ୍କୁ ଏହି ସଫାରୀକୁ ଅଣାଯିବ । ଏହାଛଡ଼ା ଯେଉଁ ଚିଡ଼ିଆଖାନାରେ ଥିବା ଉଦ୍ଧାର ବାଘ ଯେଉଁମାନେ ବଣୁଆ ପ୍ରକୃତି ହରାଇଛନ୍ତି ସେମାନଙ୍କୁ ଏହି ସଫାରୀରେ ଛଡ଼ାଯିବ। ଆସନ୍ତା ଅକ୍ଟୋବରରୁ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)