• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସୁଛନ୍ତି ବିଘ୍ନ ବିନାଶକ ଗଜାନନ । ରାତି ପାହିଲେ ଧରାବତରଣ କରିବେ ଶ୍ରୀ ଗଣେଶ । ଏଥିପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସାହର ମହୋଲ । ହେଲେ ବାରିପଦା ସହରରେ ଶ୍ରୀ ଗଜାନନଙ୍କ ପୂଜାକୁ ନେଇ ଦେଖିବାକୁ ମିଳିଛି କିଛି ନିଆରା । ଆକର୍ଷଣ ପାଲଟିଛି ୫୦ ହଜାର ରୁଦ୍ରାକ୍ଷ୍ୟରେ ନିର୍ମିତ ଗଣେଶ ମୂର୍ତ୍ତି ।

ଶିଳ୍ପୀଙ୍କ ଦୀର୍ଘ ୧୫ ଦିନର ଅକ୍ଳାନ୍ତ ପରିଶ୍ରମରେ ତିଆରି ହୋଇଛି ଏହି ସୁନ୍ଦର ରୁଦ୍ରାକ୍ଷ ଗଣେଷ ମୂର୍ତ୍ତି । ମୂର୍ତ୍ତି ତିଆରି ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ କୁଶଳୀ କାରିଗର । କଲିକତାରୁ ଏସବୁ ରୁଦ୍ରାକ୍ଷକୁ ସଂଗ୍ରହ କରାଯାଇଥିବାବେଳେ କିଛି ପ୍ଲାଷ୍ଟିକର ରୁଦ୍ରାକ୍ଷ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି । ୧୫ଫୁଟ ବିଶିଷ୍ଟ ଏହି ଗଣେଶଙ୍କ ମୂର୍ତ୍ତିରେ ସୁନ୍ଦର ଭାବେ ଖଞ୍ଜା ହୋଇଛି ରୁଦ୍ରାକ୍ଷ । ଯାହା ଦର୍ଶକ ଓ ଭକ୍ତଙ୍କମନକୁ ବେଶ ଆକୃଷ୍ଟ କରିପାରିବ ।

ବାରିପଦାର ଏକ ସ୍ୱତନ୍ତ୍ର ପୂଜା ମଣ୍ଡପ ହେଉଛି ତୁଳସୀଚୌରା ପୂଜା ମଣ୍ଡପ । ଚଳିତ ବର୍ଷ ଏଠାରେ ୨୦୦ରୁ ଊର୍ଦ୍ଧ୍ଵ ଷ୍ଟଲ ଓ ମୀନାବଜାର ବସିବାର ଆୟୋଜନ କରାଯାଇଛି । ତାହାସହ ସଂଧ୍ୟାରେ କଳାକାରମାନଙ୍କ ଦ୍ୱାରା ଅନେକ ରଙ୍ଗାରଙ୍ଗ ଓ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଚି ପୂଜା କମିଟି । ଏ ହେଉଛି ବାରିପଦା ଭଞ୍ଜପୁର ଠାରେ ମୂର୍ତ୍ତି ତିଆରି କାରଖାନାରେ ଦୃଶ୍ୟ । ଗୋଟି ଗୋଟି କରି ଶତାଧିକ ମୂର୍ତ୍ତି ଏବେ କାରିଗରଙ୍କ ଶେଷ ସ୍ପର୍ଶ ଅପେକ୍ଷାରେ । ଶିକ୍ଷିତ ଓ ପାଠ ପଢୁଆ ଯୁବକଙ୍କ ପାଇଁ ମୃତ୍ତି ତିଆରି ଏବେ ବେଶ ରୋଜଗାରର ପନ୍ଥା ଯୋଗାଇଛି ।

ବଜାରର ଚାହିଦା ମତାବକ ୫ ଶହ ଟଙ୍କାରୁ ଏକ ଲକ୍ଷ ଟଙ୍କା ଯାଏଁ ଗଣେଶ ମୃତ୍ତି ମିଳିପାରୁଥିବା ବେଳେ ଗ୍ରାହକଙ୍କ ଚାହିଦା ଅନେକ ରହିଛି । ତେବେ ଚଳିତ ବର୍ଷ ବାରିପଦାରେ ପାଖାପାଖି ୫୧ଟି ପୂଜା ମଣ୍ଡପରେ ଗଜାନନଙ୍କ ପୂଜା ପାଇଁ ଆୟୋଜନ କରାଯାଇଛି ।

ବାରିପଦାରୁ ମାନିକ ଲାଲ୍ ପାଣିଙ୍କ ରିପୋର୍ଟ ଓଟିଭି

  • Reported by:
  • MANIK Lal PANI