/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695436269.jpg)
House surgeon found dead in Odisha's Baripada Medical College
ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର। ବାରିପଦା ପିଆରଏମ୍ ମେଡିକାଲ କଲେଜ ହଷ୍ଟେଲ ରୁମ୍ରୁ ଡାକ୍ତରୀ ଛାତ୍ର ସଚିନ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଘର କେନ୍ଦୁଝରରେ ବୋଲି ଜଣାପଡ଼ିଛି।
ଡାକ୍ତରୀ ପଢ଼ା ଶେଷ କରିବା ପରେ ସଚିନ ହାଉସ ସର୍ଜନ ଭାବେ ପିଆରଏମ୍ ମେଡ଼ିକାଲ କଲେଜରେ କାର୍ଯ୍ୟ କରୁଥିଲେ। ସୂଚନା ଅନୁସାରେ, ଗତକାଲି ସକାଳେ ମେଡିକାଲର ସର୍ଜରୀ ୱାର୍ଡରେ କାମ ସାରି ହଷ୍ଟେଲରେ ବିଶ୍ରାମ ନେଇଥିଲେ ସଚିନ।
ତେବେ ଦୀର୍ଘ ସମୟ ଧରି ସଚିନ କବାଟ ନ ଖୋଲିବାରୁ ଅନ୍ୟ ଛାତ୍ରମାନେ କବାଟ ଭାଙ୍ଗିଥିଲେ ଏବଂ ସଚିନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କୁ ମେଡିକାଲକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହସ୍ପିଟାଲ ଛାତ୍ରଙ୍କ କହିବା ଅନୁଯାୟୀ, ସଚିନ ଅତି ଶାନ୍ତ ସରଳ ସ୍ୱଭାବର ଥିଲେ। ଘଟଣାକୁ ନେଇ ବାରିପଦା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସଚିନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)