/odishatv-khabar/media/post_attachments/uploadimage/library/16_9/16_9_0/a_1694405619.jpg)
Mayurbhanj Collector and SP spark row
ବିବାଦରେ ମୟୂରଭଂଜ ଜିଲ୍ଲାପାଳ ଓ ଏସ୍ପି। ଗତକାଲି ବାରିପଦାରେ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ‘ଆଦି ରନ୍’ ମାରାଥନ କାର୍ଯ୍ୟକ୍ରମi ଆୟୋଜିତ ହୋଇଥିଳା। ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏସ୍ପି ବି. ଗଙ୍ଗାଧର ଯୋଗଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
#ବିବାଦରେ_ମୟୂରଭଞ୍ଜ_ଜିଲ୍ଲାପାଳ, ଏସ୍ପି
ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ପିଙ୍କ ଟି-ସାର୍ଟରେ ନବୀନଙ୍କ ଫଟୋ । କାଲି ବାରିପଦାରେ ଏକ କାର୍ଯ୍ୟକ୍ରମରେ ଉଭୟେ ପିନ୍ଧିଥିଲେ ଟି-ସାର୍ଟ । ‘ଆଦି ରନ୍’ ମାରାଥନ୍ ବେଳେ ପିନ୍ଧିଥିଲେ ନବୀନଙ୍କ ଫଟୋ ଥିବା ଟି-ସାର୍ଟ ।#Mayurbhanj#Odisha#OTVpic.twitter.com/GIgdywEPPY— ଓଟିଭି (@otvkhabar) September 11, 2023
ସୋସିଆଲ ମିଡିଆ ଏକ୍ସ ଜରିଆରେ ଜଣେ ୟୁଜର ନବୀନଙ୍କ ଟି ସାର୍ଟ ପିନ୍ଧା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫଟୋ ପୋଷ୍ଟ କରିଥିଲେ। ଯାହାକୁ ରି ଟ୍ୱିଟ୍ କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଲେଖିଛନ୍ତି। ଅଫିସରଙ୍କ ଆଚରଣ ସ୍ତରରେ ଅଧଃପତନ ଏଭଳି ସ୍ତରରେ ପହଞ୍ଚିଲାଣି ବୋଲି ଲେଖିବା ସହ ସଂପୃକ୍ତ ଅଫିସରମାନେ ଜାଣିବା ଉଚିତ୍ ଯେ ସମୟ ସବୁବେଳେ ସମାନ ନଥାଏ ବୋଲି ଅପରାଜିତା କହିଛନ୍ତି।
Very unfortunate as well as ridiculous!
Collector, Mayurbhanj, Odisha!Degeneration of the official standards to this extent.
These officials must know that SEASON IS NOT THE SAME ALWAYS.
Have a look. https://t.co/QKmVUxS8kB
— Aparajita Sarangi, Member of Parliament (@AprajitaSarangi) September 11, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)