/odishatv-khabar/media/post_attachments/uploadimage/library/16_9/16_9_0/Similipal_1703820709.jpg)
Similipal
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷାରେ ମୁତୟନ ହେବ ୧୪ କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ କ୍ୟାମ୍ପର । ଅଲିଭ ଗ୍ରୀନ ରଙ୍ଗର ଏସବୁ ଗାଡ଼ିକୁ ସ୍ୱତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି । ଏଗୁଡ଼ିକରେ ରିମୋଟ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ ଖଞ୍ଜାଯାଇଛି, ଯାହାଦ୍ୱାରା ରାତିରେ ସବୁ ଦିଗକୁ ଦେଖିହେବ । ଏମିତିକି ଏସବୁ ଯାନରେ ଥିବା ବିଞ୍ଚ ଦ୍ୱାରା ବର୍ଷା ଋତୁରେ ରେସକ୍ୟୁ ଅପରେସନରେ ବେଶ ସହାୟକ ହେବ ।
ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ମନ୍ତ୍ରୀ ଏସବୁ ଗାଡ଼ିର ଶୁଭାରମ୍ଭ କରିବେ । ଆସନ୍ତାକାଲି ଠାରୁ ଶିମିଳିପାଳରେ ଏହି ସବୁ ଗାଡ଼ି ମୁତୟନ ହେବ । ଏହାଦ୍ୱାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷା ଦିଆଯାଇପାରିବ।
ଅନ୍ୟପଟେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ଅବରୋଧ ଯୋଗୁଁ ମାସେ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ୨୮ ତାରିଖ ଦିନ ମିଳିତ ବୈଠକରେ ନିଷ୍ପତ୍ତି ପରେ ୨୯ ତାରିଖଠାରୁ ପୁଣି ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ।
ପ୍ରଥମ ଦିନରେ ୨୭ଟି ଗାଡିରେ ମୋଟ୍ ୧୯୦ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ଜୁନ ୧୫ରୁ ଶିମିଳିପାଳ ବନ୍ଦ ରହି ନଭେମ୍ବର ୧ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୧୪ରେ ଶିମିଳିପାଳ ଖୋଲାଯାଇଥିଲା । ତେବେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ଅବରୋଧ ଯୋଗୁଁ ଗୋଟିଏ ମାସ ହେଲା ଶିମିଳିପାଳ ବନ୍ଦ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)