Advertisment

ବାରିପଦା ମେଡିକାଲ କଲେଜ କୋଠାରେ କେମିତି ଲାଗିଲା ନିଆଁ ? କାରଣ ଜାଣିବାକୁ ତଦନ୍ତ ନିଶ୍ଚିତ କହିଲେ ସୁପରିଟେଣ୍ଡେଣ୍ଟ

ବାରିପଦା ମେଡିକାଲ କଲେଜ ବିଲଡିଂରେ କେମିତି ଲାଗିଲା ନିଆଁ ? ସର୍ଟସର୍କିଟ୍ ନା ମେଣ୍ଟେନାନ୍ସ ବିଭାଗର ବେପରୁଆ ପଣ ? ନା ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ? ଶୁକ୍ରବାର ଅପରାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟାର କସରତ ପରେ ଲିଭାଯିବା ପରଠୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ଏଭଳି କିଛି ପ୍ରଶ୍ନ ।

author-image
Tanmay Kumar Mahalik
undefined

Fire safety

ଶୁକ୍ରବାର ବାରିପଦା ମେଡିକାଲ କଲେଜ ବିଲିଡିଂରେ ଆକସ୍ମିକ ଅଗ୍ନିକାଣ୍ଡ ଘଟଣା । ପୁଣି ରାଜ୍ୟର ମେଡିକାଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । କାହା ଭୁଲରୁ ନିଆଁ ଲାଗିଲା ତାର ତଦନ୍ତ ହେବ ବୋଲି ସୁପରିଟେଣ୍ଡେଣ୍ଟ । ଆଶ୍ୱାସନା ଦେଇଥିବାବେଳେ ବାରିପଦା ଭଳି ଅନ୍ୟଠି ଯେ ଏଭଳି ଘଟଣାର ପୁନରାବୃତ୍ତି ନଘଟିବ ତାହା କହିବା ମୁସ୍କିଲ । କାରଣ ସବୁଠି ଅଗ୍ନି ସୁରକ୍ଷା ବ୍ୟବସ୍ଥା କେବଳ ଧର୍ମକୁ ଆଖିଠାର ସଦୃଶ ହୋଇଛି ।

Advertisment

ବାରିପଦା ମେଡିକାଲ କଲେଜ ବିଲଡିଂରେ କେମିତି ଲାଗିଲା ନିଆଁ ? ସର୍ଟସର୍କିଟ୍ ନା ମେଣ୍ଟେନାନ୍ସ ବିଭାଗର ବେପରୁଆ ପଣ ? ନା ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ? ଶୁକ୍ରବାର ଅପରାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟାର କସରତ ପରେ ଲିଭାଯିବା ପରଠୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ଏଭଳି କିଛି ପ୍ରଶ୍ନ ।

ଗୋଟିଏ ପଟେ ତୃତୀୟ ମହଲାରେ ଥିବା ପ୍ରସୂତି ବିଭାଗ ଓଟିର ଯନ୍ତ୍ରାଂଶରୁ ନିଆଁ ବାହାରି ତତ୍‌କ୍ଷଣାତ୍‌ ବ୍ୟାପି ବା ପଛର କାରଣ ବିଦ୍ୟୁତ ସଟ୍ ସର୍କିଟ ବୋଲି ଅଗ୍ନିଶମ ବିଭାଗ କହୁଛି, ତ ଅନ୍ୟପଟେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଓ ବିଦ୍ୟୁତ୍ ମଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳାକୁ ସିଧସସଖଳ ରୋଗୀଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ଦାୟୀ କରିଛନ୍ତି । ଏମିତିକି ଅଗ୍ନିକାଣ୍ଡ ସମୟରେ ବିଦ୍ୟୁତ୍ କି ୱାଟର ସପ୍ଲାଇ ଦାୟିତ୍ୱରେ ଥିବା କର୍ମଚାରୀ କାହାକୁ ବି ଦେଖିବାକୁ ମିଳିନଥିବାବେଳେ ଅଗ୍ନି ପ୍ରସ୍ଥାନ ଦ୍ୱାର ଖୋଲିବାକୁ କେହି ନଆସିବାରୁ ଏମିତି ଢଙ୍ଗରେ ତାଲା ଭଙ୍ଗା ଯାଇଥିଲା।

Advertisment

ସେପଟେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ସୂଚନା ଅନୁସାରେ- ଅଗ୍ନିକାଣ୍ଡରେ ପ୍ରସୂତି ବିଭାଗ ଓଟିରେ କୋଟିଏରୁ ଅଧିକ ଟଙ୍କାର ଯନ୍ତ୍ରପାତି ଜଳିଯାଇଛି। ନିଆଁ କେମିତି ଲାଗିଲା, ସେନେଇ ଇନକ୍ୱାରି ଆରମ୍ଭ ହୋଇଛି ।

ବାରିପଦା ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ପରେ କେମିତି ଅଛି ଅନ୍ୟଠି ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା । ଜାଣିବାକୁ ପହଞ୍ଚିଥିଲୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ମାତୃ-ଶିଶୁ ବିଭାଗରେ । ଏଠି ୱାଟର ସ୍ପେୟର ପାଇପ ଲାଗିଛି, ଫାୟାର ଏକ୍ସଟିଗ୍ୟୁଂଇସର ବି ବସିଛି । ହେଲେ ସିଲିଣ୍ଡର କେବେ ଲାଗିଛି ? ଏହାର ରିଫିଲିଂ ଡେଟ୍ କେତେ ତାରିଖ ? ସେ ନେଇ କିନ୍ତୁ କିଛି ତଥ୍ୟ ନାହିଁ । ସେହିପରି ଆଉ ଏକ ସିଲିଣ୍ଡରରେ ୨୦୧୯ ମସିହାରୁ ଗ୍ୟାସ୍ ରିଫିଲିଂ ଡେଟ୍ ଗଲାଣି, ହେଲେ କାହାରିକୁ ଦେଖା ଯାଉନି ।

ସେମିତି ମେଡିକାଲର କୌଣସି କର୍ମଚାରୀଙ୍କୁ ନ୍ୟୁନତମ ନିଆଁ ଲିଭା କୌଶଳ ଶିକ୍ଷା ବି ଦିଆଯାଇନି । ତେଣୁ ଏଭଳି ସ୍ଥିତିରେ ରୋଗୀଙ୍କ ଜୀବନ ସହ ଖେଳାଯିବାଠୁ କୌଣସି ଗୁଣରେ କମ୍ ବ୍ୟବସ୍ଥା ହୋଇନି ବୋଲି ରୋଗୀଙ୍କ ସଂପର୍କୀୟ ଓ ସାମାଜିକ କର୍ମୀ ଅକ୍ଷେପ କରୁଥିବାବେଳେ ମେଡିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ମେଡିକାଲର ଅଗ୍ନି ନିରାପତ୍ତା ସଂପର୍କିତ ଫାଇଲ୍ ସେ ମଗାଇଛନ୍ତି ଓ ଏ ନେଇ ଯାହା କିଛି ତ୍ରୁଟି ବିଚ୍ୟୁତି ରହିଥିବ ତାର ଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରିବେ ।

ମେଡିକାଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ପାଇଁ ମୁଖ୍ୟତଃ ଫାୟାର ସେଫଟି ଷ୍ଟାଣ୍ଡାର୍ଡ ଚେକିଂ, ମନିଟରିଂ ଓ ସୁପରିଭିଜନ ନିହାତି ଦରକାର । ତାସହ ଏନେଇ କର୍ମଚାରୀଙ୍କୁ ସଠିକ୍ ଟ୍ରେନିଂ, ଫାୟାର ଏଷ୍ଟିଗ୍ୟୁଇଜର ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିୟମିତ ରିଫିଲିଂ କରାଯିବା ଉଚିତ୍ । ଏଥିପ୍ରତି ଗୁରୁତ୍ୱ ଦିଆଯିବା ସହ ରାଜ୍ୟର ଯେଉଁ ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲ ଫାୟାର ସେଫଟି ଲାଇସେନ୍ସ ନେଇ ନାହାନ୍ତି, ସେମାନେ ତୁରନ୍ତ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଆଇଜି ।

Fire Safety Hospitals
Advertisment
Advertisment