• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି ସରକାର ବିରୋଧୀ NAC ନିଆଁ । NAC ଘୋଷଣା ଦାବିରେ ଅଲଟିମେଟମ ଦେଇ, ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ଆଜି ବନ୍ଦ ପାଳନ ହେଉଛି ।

NAC ଘୋଷଣା ଦାବିରେ ଏହି ଦୁଇଟି ସ୍ଥାନରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବାମରାରେ ବି ସମାନ ଦାବି ନେଇ, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ପାଳିବେ ସ୍ଥାନୀୟ ଜନତା ।

ଏପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରକୁ ସବ ଡିଭିଜନ ଘୋଷଣା ଦାବି ନେଇ ଆଜି ବିନିକା ବନ୍ଦ ପାଳୁଛନ୍ତି ବିନିକା ବାସିନ୍ଦା । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁଁ ସହରର ସମସ୍ତ ଦୋକାନବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି ।

ତେବେ ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ଗତକାଲି ସହରବାସୀ ବୈଠକରେ ଏନେଇ ନିଷ୍ପତ୍ତି କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।