Advertisment

ଭୋଟ ଲଢ଼େଇରେ ରାଜାଘର ପରିବାର, ଗଞ୍ଜାମରେ ଶ୍ରୀରୂପ-ଶ୍ରୀଧର-ସୁଲକ୍ଷଣା

ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ଶ୍ରୀଧର ଦେବ କଂଗ୍ରେସ ଟିକେଟରେ ଦିଗପହଣ୍ଡିରୁ ଲଢୁଛନ୍ତି ନିର୍ବାଚନ।

author-image
Satyendu Shekher Mishra
undefined

Royal Family In Election

ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟ ଧରି ଗଞ୍ଜାମ ରାଜନୀତିରେ ସକ୍ରିୟ ଏକାଧିକ ରାଜ ପରିବାର। ଖଲିକୋଟ, ଚିକିଟି, ଦିଗପହଣ୍ଡି ଓ ଧରାକୋଟ ଭଳି ଅନେକ ରାଜ ପରିବାର ନିର୍ବାଚନରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡ଼ିତ। ଏଥର ନିର୍ବାଚନ ମୈଦାନରେ ୫୦ ଦଶକରୁ ରାଜନୀତିରେ ସକ୍ରିୟ ଥିବା ଚିକିଟି ରାଜ ପରିବାରର ସଦସ୍ୟ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ। ଜେଜେ ସଚ୍ଚିଦାନନ୍ଦ ଦେବ ଓ ମାଆ ତଥା ୬ଥରର ବିଧାୟିକା ଉଷା ଦେବୀଙ୍କ ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଶ୍ରୀରୂପ।

Advertisment

ସେହିଭଳି ଧରାକୋଟ ରାଜପରିବାରର ସଦସ୍ୟ ତଥା ନିକଟରେ ରାଜା ଭାବେ ଅବସ୍ଥାପିତ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ବି ଏଥର ନିର୍ବାଚନ ଲଢୁଛନ୍ତି । ମାଆ ନନ୍ଦିନୀ ଦେବୀଙ୍କ ବଦଳରେ ଗୀତାଞ୍ଜଳିଙ୍କୁ ସାନଖେମୁଣ୍ଡିରୁ ପ୍ରାର୍ଥୀ କରିଛି ବିଜେଡି। ଏଥିସହ ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ଶ୍ରୀଧର ଦେବ କଂଗ୍ରେସ ଟିକେଟରେ ଦିଗପହଣ୍ଡିରୁ ଲଢୁଛନ୍ତି ନିର୍ବାଚନ।

ବଲାଙ୍ଗୀର ରାଜନୀତିରେ ରାଜାଘର ଗୁରୁତ୍ୱ କାହାକୁ ଅଛପା ନାହିଁ। ୨୦୧୯ରେ ବଲାଙ୍ଗୀରର ପଟ୍ଟାୟତ ରାଜା ଅନଙ୍ଗ ଉଦୟ ସିଂଦେଓ ନିର୍ବାଚନ ରାଜନୀତିରୁ ସନ୍ୟାସ ନେଇଥିବା ବେଳେ ଅନଙ୍ଗଙ୍କ ପରିବାରରୁ ଏଥର ତାଙ୍କ ବଡ଼ପୁଅ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ସଦର ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି।

Advertisment

ସେପଟେ ଜିଲ୍ଲା ବିଜେପିର ନେତୃତ୍ୱ ନେଉଛନ୍ତି ପାଟଣାଗଡ଼ ରାଜା କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ଧର୍ମପତ୍ନୀ ସଂଗୀତା ସିଂହଦେଓ। ଏଥର କେ.ଭି. ପାଟଣାଗଡ଼ରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ସଂଗୀତା ବଲାଙ୍ଗୀରରୁ ବିଜେପିର ସାଂସଦ ପ୍ରାର୍ଥୀ।

କଳାହାଣ୍ଡି ରାଜପରିବାର ବି ରାଜନୀତିରେ ବେଶ୍ ସକ୍ରିୟ। ରାଜପରିବାରର ଏକମାତ୍ର ଦାୟାଦ ଯୁବରାଜ ତଥା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ଧର୍ମପତ୍ନୀ ମାଳବିକା ଦେଓ ଏଥର ବିଜେପିରୁ କଳାହାଣ୍ଡି ସାଂସଦ ପ୍ରାର୍ଥୀ। ସେହିପରି ଜୟପାଟଣା ରାଜ ପରିବାରର ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଧର୍ମଗଡ଼ ପାଇଁ ପ୍ରାର୍ଥୀ କରିଛି ବିଜେଡି। ସମ୍ବଲପୁରର ବିଜେପି ସାଂସଦ ତଥା ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଏଥର ବିଜେଡି ଟିକଟରୁ ଦେବଗଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି।

ଢେଙ୍କାନାଳରେ ବି ରହିଛି ରାଜ ପରିବାରର ଦବଦବା। ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ରାଜା ଘର ବୋହୁ। ଢେଙ୍କାନାଳ ରାଜା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଙ୍କ ପୁତୁରା ରାଜୀବ ଲୋଚନ ସିଂହଦେଓଙ୍କ ପତ୍ନୀ ସୁସ୍ମିତା ସିଂହଦେଓଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ରାଜନୀତିରେ ପୁରାପୁରି ନୂଆ ସୁସ୍ମିତା। ଏବେ ଅପେକ୍ଷା ଏଥର ନିର୍ବାଚନରେ ରାଜ ପରିବାରର କେଉଁ ସଦସ୍ୟଙ୍କୁ ମିଳୁଛି ସଫଳତା।

BJD BJP Congress Odisha Politics General Election 2024
Advertisment
Advertisment