/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741868597.jpg)
ଇସ୍ରୋକୁ ଆଉ ଏକ ସଫଳତା
ଇସ୍ରୋ ପାଇଁ ଆଉ ଏକ ମାଇଲଖୁଣ୍ଟ । ସ୍ପେଡେକ୍ସ ସାଟେଲାଇଟର ସଫଳତାର ସହ ଡି-ଡକିଂ। ଏହି ମିଶନରେ ଦୁଇଟି ସାଟେଲାଇଟ SDX-01 ଏବଂ SDX-02 ଗୋଟିଏ କକ୍ଷ ପଥରେ ଅଲଗା ହୋଇଛନ୍ତି । ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ISRO ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେବା ସହ ଦୁଇଟି ଭିଡିଓ ଜାରି କରିଛି ।
ଅଧିକ ପଢ଼ନ୍ତୁ: ‘ନିଜ ଦଳ ବଞ୍ଚାଇବା ପାଇଁ ଦିଲ୍ଲୀ ମୁଁହା ନବୀନ’
ଏହି ମିଶନ ସଫଳତା ଯୋଗୁ ମହାକାଶ କ୍ଷେତ୍ରରେ ଆଗକୁ ଭାରତକୁ ଅନେକ ସଫଳତା ମିଳିବ ବୋଲି ଆଶା କରାଯାଉଛି । ମୁନ୍ ମିଶନ, ଚନ୍ଦ୍ର ପୃଷ୍ଠରୁ କୌଣସି ନମୁନା ପୃଥିବୀକୁ ଆଣିବା, ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ଓ ତା’ର ପରିଚାଳନା ପାଇଁ ଏହା ବେଶ ସହାୟକ ହେବ । ଏହି ସଫଳତା ସହ ସ୍ପେଶ ଡକିଂ କ୍ଷେତ୍ରରେ ବିଶ୍ବରେ ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ସ୍ଥାନ ପାଇଛି । ଆମେରିକା, ରୁଷ ଏବଂ ଚୀନ୍ ପରେ ଭାରତ ଅନ୍ତରୀକ୍ଷ ଡକିଂ ଜ୍ଞାନକୌଶଳରେ ସଫଳତା ଲାଭ କରିଛି ।
Spadex undocking captured from both SDX-1 & SDX-2! 🛰️🛰️🎥
Watch the spectacular views of this successful separation in orbit.
Congratulations to India on this milestone! 🇮🇳✨ #Spadex#ISRO#SpaceTechpic.twitter.com/7u158tgKSG
— ISRO (@isro) March 13, 2025
ସୂଚନା ଅନୁସାରେ ଗତବର୍ଷ ଡିସେମ୍ବର ୩୦ ତାରିଖରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ PSLV C60 ରକେଟ୍ ସହାୟତାରେ ସ୍ପେଡେକ୍ସକୁ ଲଞ୍ଚ କରାଯାଇଥିଲା । ଡି-ଡକିଂର ସଫଳତା ଆଗକୁ ଇସ୍ରୋ ବୈଜ୍ଞାନିକଙ୍କୁ ବେଶ ସହାୟକ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)