/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711987253.jpg)
Odisha Politics
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ କେନ୍ଦୁପତ୍ର କର୍ମଚାରୀ ସଂଘର ଖୋଲା ବିରୋଧ । ସଂଘ କର୍ମକର୍ତ୍ତାଙ୍କୁ ଟିକେଟ ମିଳିନଥିବାରୁ ସ୍ଥାନୀୟ
ବିଜେଡି ପ୍ରାର୍ଥୀଙ୍କୁ ବିରୋଧ କରିବ ବୋଲି ପ୍ରେସମିଟରେ ଘୋଷଣା କରିଛି ସଂଘ । ବିଜେଡି ପ୍ରାର୍ଥୀ, ସଂଘର କର୍ମକର୍ତ୍ତାଙ୍କୁ ଅଣଦେଖା କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ କେନ୍ଦୁପତ୍ର ସଂଘର ପ୍ରାୟ ୫୫ ହଜାର ସଦସ୍ୟ ଥିବା ବେଳେ, ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ସଂଘ ଚେତାଇ ଦେଇଛି । ସେପଟେ କେନ୍ଦୁପତ୍ର କର୍ମଚାରୀ ସଂଘର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)