କାର୍ଟୁନ ବକ୍ସରୁ ମିଳିଛି ନଗଦ ୩ କୋଟି ଟଙ୍କା। ଜଣେ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀଙ୍କ ଘରୁ ଏତେ ପରିମାଣର ସଂପତ୍ତି ବାହାରିବା ପରେ ଟେରା ହୋଇଯାଇଛନ୍ତି ଦୁର୍ନୀତି ନିବାରଣ ବ୍ୟୁରୋ କର୍ମଚାରୀ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ମିଳିଛି ୩ ଲକ୍ଷ ୪୦ ହଜାର ଟଙ୍କା।
କାରରୁ ମିଳିଲା ୫ ଲକ୍ଷ, ପିକଅପ୍ ଭ୍ୟାନରୁ ୩ ଲକ୍ଷ । ଚେକିଂ ବେଳେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଳ ଛକରୁ ମୋଟ୍ ୮ ଲକ୍ଷ ଟଙ୍କା ଜବତ ହୋଇଛି ।
କାର୍ ଭିତରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଏହାକୁ ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି ପୋଲିସ । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।
ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା । ବରଗଡ ସୋହେଲାରେ ସାଢେ ୭ ଲକ୍ଷ ଜବତ । ଚେକିଂ ବେଳେ ଗାଡିରୁ ଟଙ୍କା ମିଳିଥିବା ସୂଚନା । ସମ୍ବଲପୁର ବାମରାରୁ ୩ଲକ୍ଷରୁ ଅଧିକ ଜବତ । ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଧରାପଡିଲା ଟଙ୍କା ।
ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କାକୁ ସିଜ୍ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ ।
କଣ ପାଇଁ କାରରେ ଏତେ ପରିମାଣର ଟଙ୍କା ନିଆଯାଉଥିଲା ? ଟଙ୍କା ନେଇ ଯାଇଥିବା ବ୍ୟକ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି।
ଟଙ୍କା ଗଣି ଗଣି ନୟାନ୍ତ ଆୟକର ବିଭାଗ ଅଧିକାରୀ । ଏଭଳି କଳାଧନ ଭର୍ତ୍ତି କୁବେର ଭଣ୍ଡାରର ଖୁଲାସା ହୋଇଛି କର୍ଣ୍ଣାଟକ ବେଙ୍ଗାଲୁରୁରେ ।
ଘର ଭିତରେ ଯୁଆଡ଼େ ଖୋଜିଲେ ଖାଲି ବିଡ଼ା ବିଡ଼ା ଟଙ୍କା। ଆହୁରି ରେଡ୍ ଚାଲିଛି, ଘନ ଘନ ଯାଞ୍ଚ ବି ହେଉଛି। ସିବିଆଇ ଅଧିକାରୀ ଏଯାଏ ନଗଦ ୨୦କୋଟିରୁ ଅଧିକ ଟଙ୍କା ଜବତ କରିସାରିଲେଣି।
ଲଜ୍ରେ ଚଢ଼ାଉ କରିଥିବା ସ୍କ୍ୱାଡ୍ର ସବୁ ସଦସ୍ୟଙ୍କୁ ଏସ୍ପି ବ୍ୟକ୍ତିଗତ ଭାବେ ଡାକି ପଚରାଉଚରା କରିଛନ୍ତି। ଇଟାଭାଟି ମାଲିକଙ୍କଠାରୁ ଅଧିକ ଟଙ୍କା ଜବତ କରାଯାଇଥିଲେ ମଧ୍ୟ SDPO କାରସାଦି କରି ଅଧା ଟଙ୍କା ଲୁଚାଇ ଦେଇଥିବା ନେଇ ଖବର ପ୍ରସାରଣ ହୋଇଥିଲା।
ଜବତ ଟଙ୍କାଠାରୁ ଆହୁରି ଅଧିକ ଅର୍ଥାତ୍ ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଗଣତିରେ ଅନିୟମିତତା ହୋଇଥିବା ବଲାଙ୍ଗିର ଏସ୍ପି ସ୍ପଷ୍ଟ କରିଛନ୍ତି।
ଚଢାଉ ବେଳେ ଲଜ୍ରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୋଲିସ୍ ବାହାର ରାଜ୍ୟର ୭ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି।
ଚାକିରି ଡ୍ରଗ୍ସ ଇନ୍ସପେକ୍ଟର, ହେଲେ ଘରେ ବିଡ଼ା ବିଡ଼ା ନୋଟ୍। ରେଡ୍ ବେଳେ କୋଟି କୋଟି ଟଙ୍କା ଜମିର କାଗଜପତ୍ର, ସୁନା ଓ ରୁପା ଅଳଙ୍କାର, ୪ଟି ଲକ୍ଜୁରି କାର୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।