• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପଶ୍ଚିମ ଓଡ଼ିଶାରୁ ଲଢ଼ିବେ କି ନବୀନ । ପୁଣି ଥରେ ଏଭଳି କଳ୍ପନାଜଳ୍ପନା ଜୋର ଧରିଛି । ଏଣେ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନରୁ ଲଢ଼ିବା ନେଇ ବି ଚର୍ଚ୍ଚା ହେଉଛି । ତେବେ ଏ ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଏମିତିକି ରେଢ଼ାଖୋଲ ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ବଦଳିବା ଚର୍ଚ୍ଚା ହେଉଛି ।

ଯେହେତୁ ସମ୍ବଲପୁର ବିଧାନସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଟିକେଟ୍ କୁ ନେଇ ସନ୍ତୁଷ୍ଟ ନାହାନ୍ତି ଓ ସେ ରେଢ଼ାଖୋଲରୁ ଲଢ଼ିବା ନେଇ ଅଧିକ ଆଶାୟୀ ଅଛନ୍ତି , ତେଣୁ ତାଙ୍କ ପ୍ରାର୍ଥୀତ୍ୱ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଦଳ ପ୍ରାର୍ଥୀ କରିପାରେ ।

ଅଧିକ ପଢ଼ନ୍ତୁ: ବିଜେଡି ଖେଳୁଛି ଶପଥ କାର୍ଡ! ଅସନ୍ତୁଷ୍ଟ କର୍ମୀ-ଲୋକଙ୍କୁ ନେଇ ନେତା କରାଉଛନ୍ତି ଶପଥପାଠ

ଗତ ୨୦୧୯ ନିର୍ବାଚନରେ ମଧ୍ୟ ନବୀନ ପଶ୍ଚିମ ଓଡ଼ିଶାର ବିଜେପୁରରୁ ଲଢ଼ିଥିଲେ, ହେଲେ ପରେ ସେ ଆସନ ଛାଡ଼ିଥିଲେ ଓ ସେଠାରେ ଉପ-ନିର୍ବାଚନ ହୋଇଥିଲା । ଗତ କିଛିଦନ ତଳେ ବିଜେଡି ନିଜର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଲକ୍ଷ୍ମୀପୁରରୁ ପ୍ରଭୁ ଜାନିଙ୍କୁ ଟିକଟ ମିଳିଥିବା ବେଳେ ପାରାଦୀପରୁ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ ଦେଇଥିଲା ଦଳ । ଏହା ଭିତରେ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକଟ ମିଳିଛି । ଭୁବନେଶ୍ୱର ମଧ୍ୟରେ ଅନନ୍ତ ନାରାୟଣ ଜେନାଙ୍କୁ ମିଳିଛି ଟିକେଟ ।

ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଲେଶ୍ୱର ଲୋକସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ଟିକଟ ଦେଇଛି ।  ବିଜେଡି ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ଆଉ ୩୦ଟି ଆସନ ବାକି ରହିଛି । ତୃତୀୟ ପର୍ଯ୍ୟାୟ ତାଲିକାରେ ଦଳ ୩ ଜଣଙ୍କୁ ରିପିଟ୍ କରିଥିବା ବେଳେ ୬ ସିଟରେ ନୂଆମୁହଁ ଦେଇଛି । ପୂର୍ବରୁ ଦଳ ୨୦ ଲୋକସଭା ଏବଂ ୯୯ଟି ବିଧାନସଭା ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା ।