Advertisment

ଚାଲିଥିଲା ପୋଲିସ ଚେକିଂ; କାର୍‌ ଭିତରୁ ମିଳିଲା ନଗଦ ୫ଲକ୍ଷ

କାର୍ ଭିତରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଏହାକୁ ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି ପୋଲିସ । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

author-image
Sonali Ojha
ଅଦ୍ୟତନ ହୋଇଛି
5 Lakhs Cash seized From car In Bolangir

Money Seized

ପୋଲିସ ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ନିର୍ବାଚନ ପାଇଁ ବଲାଙ୍ଗିର ପୋଲିସ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଥିବା ବେଳେ, ଏଥିରେ ମିଳିଛି ବଡ଼ ସଫଳତା । କାର୍ ଭିତରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଏହାକୁ ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି ପୋଲିସ । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

Advertisment

ନିର୍ବାଚନ ପୂର୍ବରୁ ଚେକିଂ ବେଳେ ପୁଳା ପୁଳା ଟଙ୍କା ଜବତ କରାଗଲାଣି । ଦୁଇଦିନ ତଳେ ନୂଆପଡ଼ା ଜିଲ୍ଲାର ଦୁଇଟି ସ୍ଥାନରୁ ଜବତ ୧୨ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ଜୋଙ୍କ ଥାନା ଜେଞ୍ଜରା ଗାଁ ପାଖରୁ ୭ ଲକ୍ଷ ୯୯ ହଜାର ଟଙ୍କା ଏବଂ ବରଗଡ଼ ସୀମାନ୍ତ ସହିପଲା ପୋଲିସ ଚେକ୍ ପୋଷ୍ଟରୁ ୪ ଲକ୍ଷ ୩୮ ହଜାର ଟଙ୍କା ଜବତ ହୋଇଥିଲା। ସେହିପରି ବରଗଡ଼ ଜିଲ୍ଲାରୁ ନୂଆପଡ଼ା ଆସୁଥିବା ଏକ କାରରୁ ୧ ଲକ୍ଷ ୪୮ ହଜାର ୮ଶହ ଟଙ୍କା ଓ ଅନ୍ୟ ଏକ କାରରୁ ୨ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଥିଲା ପୋଲିସ।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡ ମନ୍ତ୍ରୀ PSଙ୍କ ଘରୋଇ ସହାୟକ ଘରେ ଇଡି ରେଡ୍, ଜବତ ହେଲା ପୁଳା ପୁଳା ଟଙ୍କା

Advertisment

ଗତ ସପ୍ତାହରେ ମଧ୍ୟ ବରଗଡ଼ ସୋହେଲା ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ବେଳେ ସାଢେ ୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଲୁହୁରାଚଟିରେ ପୋଲିସ ଓ FST ଟିମ ମିଳିତ ଭାବେ ଜୋରଦାର ଚେକିଂ କରୁଥିବା ବେଳେ ଏକ ଟାଟା ସୁମୋ ଗାଡ଼ିକୁ ଅଟକାଇଥିଲେ । ପରେ ଚେକିଂ କରିବା ବେଳେ ଗାଡିରୁ ସାଢେ ୭ଲକ୍ଷ ଟଙ୍କା ମିଳିଥିଲା। ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସ୍ପଷ୍ଟ ସୂଚନା ଦେଇନପାରିବାରୁ ପୋଲିସ ଟଙ୍କା ଜବତ କରିଛି।

ସେହିପରି ସମ୍ବଲପୁର ବାମରା ବ୍ଲକ୍ କେଶାଇବାହାଲ ଠାରେ ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଧରାପଡିଥିଲା ୩ଲକ୍ଷରୁ ଅଧିକ ଟଙ୍କା। ଗାଡି ମଟର ଚେକିଂ ବେଳେ କାରରୁ ୩ଲକ୍ଷ ୫ହଜାର ୭ ଶହ ଟଙ୍କା ଜବତ କରାଯାଇଥିଲା। ଜବତ ଟଙ୍କା କୁଚିଣ୍ଡା ସବ ଟ୍ରେଜେରୀରେ ଜମା କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ପୂର୍ବରୁ କୁଚିଣ୍ଡାର ପୃଥକ ପୃଥକ ୩ ଟି ସ୍ଥାନରୁ ୧୨ଲକ୍ଷ ୮୮ ହଜାର ଟଙ୍କା ଜବତ ହୋଇଥିଲା। ଲୋକସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ବି ଜୋରଦାର ହେଉଛି । ତେବେ ନିର୍ବାଚନ ପୂର୍ବରୁ ଧରାପଡ଼ିଛି ପୁଳାପୁଳା ଟଙ୍କା।

Cash Seized Lok Sabha Polls
Advertisment
Advertisment