Advertisment

ବିରାଟ ପଟୁଆର ନେଇ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
CM Naveen Patnaik Files Nomination

Naveen Patnaik

କଣ୍ଟାବାଞ୍ଜି ବିଧାନସଭା ଆସନରୁ ଆଜି ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ନବୀନଙ୍କ ଦ୍ବିତୀୟ ନିର୍ବାଚନ କ୍ଷେତ୍ର । ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଜି ଆସନରୁ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହେଲିକପ୍ଟର ଯୋଗେ ଟିଟିଲାଗଡ଼ରେ ପହଞ୍ଚିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ନବୀନ। ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ। 

Advertisment

ସେହିଭଳି ଆଜି ନାମାଙ୍କନ ପତ୍ର ଭରିଛନ୍ତି ବିଜେଡିର ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ । ବିରାଟ ଶୋଭାଯାତ୍ରାରେ ଯାଇ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ଅରୂପ ପଟ୍ଟନାୟକ । ଏହାପରେ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସମର୍ଥକଙ୍କ ଗହଣରେ ଯାଇ ସେ ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

ଅଧିକ ପଢ଼ନ୍ତୁ: ନାମାଙ୍କନ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିର ଜୟ ଜଗନ୍ନାଥ-ବିଜେପିର ଜୟ ଶ୍ରୀରାମ ନାରା

Advertisment

ଭୁବନେଶ୍ୱରରୁ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାଏ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ । ନାମାଙ୍କନ ପୂର୍ବରୁ ଦୌଡ଼ିବା ଆରମ୍ଭ କରିଥିଲେ ମନ୍ମଥ । ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀ ପର୍ଯ୍ୟନ୍ତ ଯାଇଥିଲେ । ତାପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ମନ୍ମଥ ।

ତେବେ ନାମାଙ୍କନ ବେଳେ ଖୋର୍ଦ୍ଧାରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ। ନାମାଙ୍କନ ଦାଖଲ ପର୍ବ ଚାଲିଥିବା ବେଳେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ବେଳେ ମୁହାଁମୁହିଁ ସ୍ଥିତି ହୋଇଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଏସପି। ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି ଏସପି । 

ଅପରାଜିତାଙ୍କ ସମର୍ଥକ ଜୟ ଶ୍ରୀରାମ ନାରା ଦେଇଥିବା ବେଳେ ମନ୍ମଥଙ୍କ ସମର୍ଥକ ଜୟ ଜଗନ୍ନାଥ ନାରା ଦେଇଥିଲେ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରା ଲଗାଇ ଉଭୟ ପକ୍ଷରୁ ହୋହଲ୍ଲା ଆରମ୍ଭ ହୋଇଥିଲା । ପୋଲିସ ଉପସ୍ଥିତି ସତ୍ତ୍ୱେ ଉଭୟ ଦଳର କର୍ମୀଙ୍କ ନାରାବାଜି ଚାଲିଥିଲା । 

ଅଧିକ ପଢ଼ନ୍ତୁ: କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା BJD

BJD BJP Congress CM Naveen Patnaik Odisha Politics General Election 2024
Advertisment
Advertisment