Advertisment

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ନିଶା ଦ୍ରବ୍ୟ

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବିଚାରାଧିନ ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ମାଦକ ଦ୍ରବ୍ୟ। ତ ଆଉ କେଉଁଠି ମୋବାଇଲ୍ ଫୋନ୍ ଜବତ ହେଉଛି।

author-image
Manoranjan Behera
undefined

Prison In Odisha

ବିଚାରାଧିନ ବନ୍ଦୀଙ୍କୁ ବାଟକୁ ଆଣିବା ଦାୟିତ୍ୱ ଜେଲ୍ ବିଭାଗର। ଅପରାଧ ଚିନ୍ତାଧାରାରୁ ମୁକ୍ତ ହୋଇ ସେମାନେ ବଳକା ଜୀବନକୁ କେମିତି ସୁନ୍ଦର ଭାବେ ଜୀଇଁବେ, ତାହା ହିଁ ଜେଲ୍ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ଦୁର୍ଭାଗ୍ୟ, କେଉଁଠି ନିଶା ଦ୍ରବ୍ୟ ସହ ମୋବାଇଲ ମିଳିଲାଣି ତ ଆଉ କେଉଁଠି ଢିଲା ସୁରକ୍ଷାର ଫାଇଦା ନେଇ ଖସିଗଲେଣି ବନ୍ଦୀ। କିଛି ଦିନ ହେଲା, ବଲାଙ୍ଗିର ଟିଟିଲାଗଡ଼ ଓ ଖୋର୍ଦ୍ଧା ଜେଲ୍ ଏବେ ଏଭଳି ଘଟଣାକୁ ନେଇ ଚର୍ଚ୍ଚାରେ ଥିବାବେଳେ ଜେଲରେ ସଂସ୍କାର ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବିଚାରାଧିନ ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ମାଦକ ଦ୍ରବ୍ୟ। ତ ଆଉ କେଉଁଠି ମୋବାଇଲ୍ ଫୋନ୍ ଜବତ ହେଉଛି। ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନା କଏଦୀ ମାନୁଛନ୍ତି ନା ଦାୟିତ୍ୱରେ ଥିବା ଅଧିକାରୀ ସୁରକ୍ଷାକୁ ନେଇ ସତର୍କ ରହୁଛନ୍ତି। ଖୋର୍ଦ୍ଧା ଜିଲ୍ଲା କାରାଗାରରେ ଗୋଟିଏ କି ଯୋଡ଼ିଏ ନୁହଁ ବରଂ ମିଳିଛି ନଅ ନଅଟି ମୋବାଇଲ୍। କିଛିଦିନ ତଳେ ଗୋଟିଏ ମୋବାଇଲ୍ ମିଳିଥିଲା। ସେହି ଫୋନର CDR ତଥ୍ୟ ଆଧାରରେ ଜେଲ ବାହାରୁ ୨୬୫ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା ପୋଲିସ।

ଏହି ଘଟଣାରେ ଗତ ୫ ତାରିଖରେ ୪ ଜଣଙ୍କୁ ରିମାଣ୍ଡରେ ନେଇ ଜେରା ପରେ ଏବେ ଜେଲ୍ ଭିତରୁ ମିଳିଛି ୯ଟି ମୋବାଇଲ୍। ଏହି ଘଟଣା ପରେ ପୋଲିସ ଇନଫର୍ମର ସନ୍ଦେହରେ ଜେଲ୍ ଭିତରେ କଏଦୀ କଏଦୀଙ୍କ ମଧ୍ୟରେ ମାରପିଟ ବି ହୋଇଛି। ଏଥିରେ ଜଣେ କଏଦୀ ଆହତ ହୋଇଥିବାବେଳେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ସହ ଘଟଣାର ତଦନ୍ତ କରୁଛି ପୋଲିସ।

Advertisment

ସେପଟେ ବଲାଙ୍ଗିର ଟିଟିଲାଗଡ଼ ଜେଲରେ ସତେ ଯେମିତି ସୁରକ୍ଷା ବ୍ୟବସ୍ଥାରେ ଘଳିଆ ପଡ଼ିଛି। ଆଜିକୁ ସପ୍ତାହେ ହୋଇଗଲା, ଫେରାର ଦୁଇ ବିଚାରାଧିନ ବନ୍ଦୀ ଶୋଭାବନ ରଣା ଏବଂ ସୁମିତ ବିହାରୀର ପତ୍ତା ପାଉନି ପୋଲିସ। ଜେଲରେ ଥିବାବେଳେ ଶୋଭାବନ ଏବଂ ସୁମିତ ଫଟୋ ପୋଜ୍ ଦେଇଥିଲେ। ଜେଲ ବାହାରେ ଥିବା ହନୁମାନ ମନ୍ଦିରରେ ଭୋଜିଭାତରେ ସାମିଲ୍ ଥିଲେ ଶୋଭାବନ ଏବଂ ସୁମିତ। ଭୋଜି ଖାଉଛନ୍ତି ଜେଲ ଅଧୀକ୍ଷକ ଚିତ୍ତରଂଜନ ସାହୁ ଓ ସବ-ଜେଲର୍ ଚୈତନ୍ୟ ପଧାନ। ବିଚାରାଧିନ ବନ୍ଦୀଙ୍କୁ ଜେଲ୍ ଅଧିକ୍ଷକ କାମରେ ଲଗାଉଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିବା କହିଥିଲେ ଜେଲ DIG। କିନ୍ତୁ ତାଙ୍କ ବଦଳରେ ୨ ଜେଲ ୱାର୍ଡର ଦାନୀ ଦୋରା ଓ ସଂଗୀତା ଗିରି ଏବେ କାର୍ଯ୍ୟରୁ ନିଲମ୍ବିତ। ସେପଟେ ଅଭିଯୋଗ ସଂପର୍କରେ କିନ୍ତୁ ମୁହଁ ଖୋଲିବାକୁ ନାରାଜ ଟିଟିଲାଗଡ଼ ଜେଲ ଅଧୀକ୍ଷକ।

ତେବେ ଜେଲରେ କାହିଁକି ଏଭଳି ଢିଲା ସୁରକ୍ଷା ? ବାରମ୍ବାର ଅଘଟଣ ପରେ ବି ତ୍ରୁଟି ସୁଧାରିବାରେ କେଉଁଠି ରହୁଛି ସମସ୍ୟା ? କାହିଁକି ଜେଲ୍ ବ୍ୟବସ୍ଥାରେ ଆସିପାରୁନି ସଂସ୍କାର ?

Prison Authority
Advertisment
Advertisment