/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709898801.jpg)
ganja seized
ବଲାଙ୍ଗିରରେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡି ନେଇ ଚମ୍ପଟ ମାରୁଥିବା ବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଚଚରାଭଟା ଗାଁରେ ଘଟିଛି ଏଭଳି ଦୁର୍ଘଟଣା । ଚଚରାଭଟାରେ ଏକ ଦୋକାନ ଘରକୁ ପିଟିଥିଲା ଗଞ୍ଜେଇ ଭର୍ତ୍ତି ବୋଲେରୋ ।
ଆଜି ଭୋରରୁ ପୋଲିସ ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ଯାଉଥିବା ଖବର ପାଇଥିଲା, ଖପ୍ରାଖୋଲରୁ ରେଙ୍ଗାଲି ରାସ୍ତାରେ ପିଛା କରିବାରୁ ଗାଡିଟି ଚଚରାଭଟା ଗାଁରେ ଥିବା ଏକ ଦୋକାନରେ ପିଟି ହୋଇଥିଲା । ଗାଡିରେ ଥିବା ଲୋକେ ଗାଡି ଛାଡି ଫେରାର ହୋଇଯାଇଛନ୍ତି । କେବଳ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଗାଡି ଓ ଗଞ୍ଜେଇ ଜବତ କରି ତଦନ୍ତ କରୁଛି ଲାଠୋର ପୋଲିସ । ଏଥିରେ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଅନୁମାନ କରାଯାଉଛି । ଯାହାର ଅନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ବଲାଙ୍ଗୀର ଦେଇ ଛତିଶଗଡକୁ ଚାଲାଣ ହେଉଥିବା ସୂଚନା ମିଳିଛି ।
ଗଞ୍ଜେଇ କାରବାର ଉପରେ ରୋକ ଲଗାଇବା ପାଇଁ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ରହିଥିବାବେଳେ ରୀତିମତ ଏହି ଅଞ୍ଚଳରୁ ପୋଲିସକୁ ଚ୍ୟାଲେଞ୍ଚ ଦେଇ ବାହାର ରାଜ୍ୟ ଓ ଜିଲ୍ଲାର କିଛି ଗଞ୍ଜେଇ ମାଫିଆ ଏହି ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି । ବିଭିନ୍ନ ଜାଗାରେ ପୋଲିସ ତରଫରୁ ଚଢ଼ାଉ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ମଧ୍ୟ ହେଉଛି । ତଥାପି ଗଞ୍ଜେଇ କାରବାର ବନ୍ଦ ହେବାର ନା ଧରୁନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)