Advertisment

ମୋଦିଙ୍କ ଓଡ଼ିଶାଗସ୍ତର ଦ୍ୱିତୀୟ ଦିନ; ମାରାଥନ୍ ପ୍ରଚାର ସହ ବିଶାଳ ଜନ ସମାବେଶରେ ଯୋଗଦେବେ

ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।ଜନସଭା ସାରି ସେଠାରୁ ହେଲିକପଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ୧୨ଟାରେ ଯୋଗଦେବେ ମୋଦି।

author-image
Sonali Ojha
PM Modi will address huge public gatherings

PM Modi will address huge public gatherings

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ। ଗତକାଲି ଭୁବନେଶ୍‌ୱରରେ ବିଶାଳ ରୋଡ୍ ସୋ’ ପରେ ଆଜି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ।

Advertisment

ସକାଳ ପ୍ରାୟ ସାଢ଼େ ୮ଟାରେ ବାୟୁସେନାର ସ୍ବତନ୍ତ୍ର ହେଲିକପଟରରେ ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦି। ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।ଜନସଭା ସାରି ସେଠାରୁ ହେଲିକପଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ୧୨ଟାରେ ଯୋଗଦେବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ପ୍ରଶାସନ ତରଫରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ସହ ମକଡ୍ରିଲ କରାଯାଇଛି।

ସେଠାରୁ ବରଗଡ଼ ଯିବେ ପ୍ରଧାନମନ୍ତ୍ରୀ। ବରଗଡ଼ ବିକାଶ ଗ୍ରାଉଣ୍ଡରେ ଅବତରଣ ପରେ ଅପରାହ୍ଣ ୨ଟାରେ ହେବାକୁ ଥିବା ଜନସମାବେଶକୁ ମୋଦି ସମ୍ବୋଧନ କରିବେ। ବରଗଡ଼ ଟୋଲପ୍ଲାଜା ନିକଟ ପଡ଼ିଆରେ ହେବାକୁ ଥିବା ଜନ ସମାବେଶରେ ଉଦବୋଧନ ଦେବେ । ମୋଦିଙ୍କ ବରଗଡ଼ ଗସ୍ତ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସଭାସ୍ଥଳକୁ ନୋ ପ୍ଲାଇଂ ଜୋନ୍ ଏବଂ ନିକଟ NHରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି।

Advertisment

ଗତକାଲି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସୁଛି ବୋଲି କହିଥିଲେ। ଭୁବନେଶ୍ବରରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଓଡ଼ିଶାରେ ବିଜେପି ଉପରେ ଲୋକଙ୍କ ଅଦ୍ଭୁତ ବିଶ୍ବାସ ରହିଛି। ଦେଶର ଅନ୍ୟ ଅଞ୍ଚଳରେ ଏଭଳି ପରିବେଶ ନଥାଏ କିନ୍ତୁ
ଓଡ଼ିଶାରେ ଭାଷାଗତ ବିଭେଦ ଥିବା ସତ୍ତ୍ବେ ଓଡ଼ିଶାର ଲୋକଙ୍କ ସହ ହୃଦୟ ଯୋଡ଼ି ହୋଇ ସାରିଛି। ତେଣୁ ଓଡ଼ିଶାରେ ଏକ ବଡ଼ ଟର୍ଣ୍ଣି ପଏଣ୍ଟ ଆସୁଛି। ଖାଲି ଏତିକି ନୁହେଁ ମେଣ୍ଟ ଚର୍ଚ୍ଚାକୁ ନେଇ ବି ଜବାବ ରଖିଛନ୍ତି ମୋଦି।

ବିଜେପି-ବିଜେଡି ସମ୍ପୂର୍ଣ୍ଣ ଭାବେ ଅଲଗା । ନିର୍ବାଚନ ବି ଅଲଗା ଲଢ଼ୁଛନ୍ତି। ଏବେ ଓଡ଼ିଶାରେ ଚାଲିଥିବା ସରକାର ପାଖରେ ଓଡ଼ିଶା ମାଟିର ବାସ୍ନା କିମ୍ବା ସଂସ୍କୃତି ନାହିଁ। ସାଧାରଣ ଜନତାଙ୍କ ଏହି ସରକାର ସହ କୌଣସି ଭାବେ ସମ୍ପର୍କ ନାହିଁ।ତେଣୁ ଏହା ବିରୋଧରେ ଭୋଟ୍ ପଡ଼ିବ। ଏଥର ଓଡ଼ିଶାରେ ପଦ୍ମ ନିଶ୍ଚିତ ଫୁଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

PM Modi General Election 2024
Advertisment
Advertisment