/odishatv-khabar/media/post_attachments/uploadimage/library/16_9/16_9_0/Holi_1711597652.jpg)
Holi
ହୋଲିରେ କେମିକାଲ ମିଶ୍ରିତ ରଙ୍ଗ ଖେଳି ୨୦ ଗୁରୁତର । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l
ଗତ ୨୬ ତାରିଖରେ କଣ୍ଟାବାଞ୍ଜି ସହରର ଅଶୋକନଗର ଓ ଆନନ୍ଦ ନଗରର ୨୦ ଜଣ ଯୁବକଙ୍କୁ କିଛି ଲୋକ କେମିକାଲ ମିଶ୍ରିତ ରଙ୍ଗ ଲଗାଇ ଥିଲେ l ଏହାର ପ୍ରଭାବ ଗତକାଲି ସଂଧ୍ୟାରେ ଦେଖିବାକୁ ମିଳିଥିଲା । ଶରୀରରେ କ୍ଷତ ଦାଗ ସୃଷ୍ଟି ହେବା ପରେ ରାତିରେ ସମସ୍ତଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମଭୋଇ ମେଡ଼ିକାଲ ହସ୍ପିଟାଲରେକୁ ସ୍ଥାନାନ୍ତର କରାଯାଇଛି l ତେବେ ଏନେଇ କଣ୍ଟାବାଞ୍ଜି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ l ରଙ୍ଗରେ ବିପଦପୂର୍ଣ୍ଣ କେମିକାଲ ମିଶିଥିବାରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି l
#ହୋଲି_ରଙ୍ଗରେ_୨୦_ଅସୁସ୍ଥ !
ହୋଲି ରଙ୍ଗରେ କଣ୍ଟାବାଞ୍ଜି ସହରର ୨୦ରୁ ଅଧିକ ଅସୁସ୍ଥ ଅଭିଯୋଗ । ଦେହରେ ଦାଗ ସହ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲ୍ରେ ଭର୍ତ୍ତି । ହୋଲି ଖେଳି ଗାଧୋଇବା ପରେ ଦେହରେ ଦାଗ ହୋଇଥିଲା । #Kantabanji#OTVpic.twitter.com/Zm96pO8fea— ଓଟିଭି (@otvkhabar) March 28, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)