Advertisment

ତାତିରୁ ଆଶ୍ୱସ୍ତି ଆଣିଦେବ କାଳବୈଶାଖୀ, କିନ୍ତୁ ଆହୁରି ୩ ଦିନ ଜଳିବ...

୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା। କାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Heat Wave Alert In Odisha

Heat Wave

୫ ତାରିଖ ପରଠୁ କମିବ ତାତି ! ଆଶ୍ୱସ୍ତି ଆଣିଦେବ କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ। ୫ ପରେ ହିଟୱେଭରୁ ଆଶ୍ୱସ୍ତି ମିଳିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କିନ୍ତୁ ଆଗାମୀ ୩-୪ ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ହିଟୱେଭେ ନେଇ ୨୪ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ବଳବତ୍ତର ରହିଛି ।

Advertisment

ବିଶେଷ କରି ବଲାଙ୍ଗିର, ମୟୂରଭଞ୍ଜ, ବୌଦ୍ଧ, ସୋନପୁର ଭଳି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୪୩-୪୪ ଡିଗ୍ରୀ ସେଲସିୟସ୍ ରହିପାରେ। ଗ୍ରୀଷ୍ମ ପ୍ରବାହ ରହିଲେ ବି ରେଡ୍ ୱାର୍ଣ୍ଣିଂ ଦେଇନି ପାଣିପାଗ ବିଭାଗ। ଏହି ସମୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବ ବି ରହିବ । ଝଡ଼ ତୋଫାନ ସହ ବର୍ଷା ସମ୍ଭାବନା ରହିଛି । ୫ ତାରିଖରେ ପରେ ବର୍ଷା ପରିମାଣ ବୃଦ୍ଧି ପାଇପାରେ। ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ଗତକାଲି ବର୍ଷା ପରେ ୬ଟି ସହରରେ ତାପମାତ୍ରା ୨-୬ ଡିଗ୍ରୀ ଯାଏ ଖସିଛି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Advertisment

ତେବେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ପାରଦ ଡେଇଁଛି ୩୭ ଡିଗ୍ରୀ । ତାଳଚେରରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ଭବାନୀପାଟଣାରେ ୩୬.୨, ବଲାଙ୍ଗିର ୩୫.୪, ମାଲକାନଗିରି ୩୫, ଝାରସୁଗୁଡ଼ାରେ ତାପମାତ୍ରା ୩୪.୮ ଡିଗ୍ରୀ ସେଲସିୟସ୍ ରହିଛି ।

ଅନ୍ୟପଟେ ଗତକାଲି କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା । ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ୫ ତାରିଖ ପରେ ଦିନ ତାପମାତ୍ରା ୨ରୁ ୫ଡିଗ୍ରୀ ସେଲସିୟସ୍ ଯାଏ ଖସିପାରେ ।

ତେବେ ମୋଟାମୋଟି କହିବାକୁ ଗଲେ ଏବେ ସକାଳେ ତତାଉଛି। ଅପରାହ୍ନରେ ଆଶ୍ୱସ୍ତି ମିଳୁଛି । ରାଜ୍ୟରେ ଗ୍ରୀଷ୍ମ ଲହରି ଭିତରେ କାଳବୈଶାଖୀ, ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି। ଆଜି କିନ୍ତୁ ଖରା ପ୍ରକୋପ ଜାରି ରହିବ। ହିଟୱେଭ୍ ନେଇ ଆଜି ୧୦ ଜିଲ୍ଲା ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା। କାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।

Heat Wave Weather Update
Advertisment
Advertisment