Advertisment

ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ; ୨ ଗିରଫ

ଏମାନେ ଦୀର୍ଘଦିନ ହେବ ଜାଲ ନୋଟ କାରବାରରେ ଲିପ୍ତ ଥିଲେ। ପୋଲିସ ସେମାନଙ୍କ ଠାରୁ ୨୭୪ଟି ୫୦୦ ଟଙ୍କିଆ ନୋଟ ଜବତ କରିଛି, ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ।

author-image
Sonali Ojha
ଅଦ୍ୟତନ ହୋଇଛି
Fake Notes Seized in Balangir

Fakenote

ପୁଳାପୁଳା ନକଲି ନୋଟ୍ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍। ୨୭୪ଟି ୫୦୦ ଟଙ୍କିଆ ଜାଲ୍ ନୋଟ ଜବତ କରିଛି ପୋଲିସ। କିଛିଦିନର ବ୍ୟବଧାନ ପରେ ପୁଣି ନକଲି ନୋଟ୍ ଜବତ କରାଯାଇଛି।

Advertisment

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରୁ ଏହି ଜାଲ ନୋଟ୍ ଜବତ କରାଯାଇଛି। ଜାଲ ନୋଟ୍ କାରବାର ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ଭଇଷା ଗାଁର ବରୁଣ ପାନୁଆନ ଏବଂ ଦେଓଗାଁ ଥାନା ବୁଡ଼ାବାହାଲ ଗାଁର ରୋହିତ ବସ୍ତିଆ।

ଅଧିକ ପଢ଼ନ୍ତୁ: ଟଙ୍କା ବିଡ଼ା ଉପରେ ଶୋଇଲେ ନେତା; ଭାଇରାଲ ହେଲା ଫଟୋ...

ଏମାନେ ଦୀର୍ଘଦିନ ହେବ ଜାଲ ନୋଟ କାରବାରରେ ଲିପ୍ତ ଥିଲେ। ପୋଲିସ ସେମାନଙ୍କ ଠାରୁ ୨୭୪ଟି ୫୦୦ ଟଙ୍କିଆ ନୋଟ ଜବତ କରିଛି, ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ। ଦୁଇ ଗିରଫ ଅଭିଯୁକ୍ତ ଘରେ କମ୍ପ୍ୟୁଟର ଓ ପ୍ରିଣ୍ଟର ରଖି ନକଲି ନୋଟ୍ ଛାପୁଥିଲେ। ପୋଲିସ ନୋଟ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି।

Advertisment

ଗତବର୍ଷ ସୋନପୁରରୁ ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ ନୋଟ୍ ଜବତ କରିଥିଲା କ୍ରାଇମବ୍ରାଞ୍ଚ STF। ଏହି ଘଟଣାରେ ଅଭିଯୁକ୍ତ ଦୀପକ ମେହେରଙ୍କୁ ଗିରଫ କରାଯାଇଥିଲା।

Fake Notes Fake Notes Seized
Advertisment
Advertisment