• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାତି ୧୦ଟା ପରେ ଟୁଇନ୍ ସିଟିରେ ଫୁଟି ପାରିବନି ବାଣ । ୧୨୫ ଡିସିବିଲ ଠାରୁ ଅଧିକ ଶବ୍ଦରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର । ସମସ୍ତେ ଗ୍ରୀନ କ୍ରାକର ଫୁଟାଇବା ପାଇଁ ଭୁବନେଶ୍ୱରବାସୀଙ୍କୁ ଅପିଲ କରିଛନ୍ତି କମିଶନର । ଏଥିସହ ବେଆଇନ୍ ବାଣ ଫୁଟା ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିବା ସିପି ସୂଚନା ଦେଇଛନ୍ତି ।

ଦୀପାବଳି ମନାଇବାକୁ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ । ହେଲେ ଦୀପାବଳିରେ ଆପଣ କିପରି ସତର୍କ ରହିବେ ସେନେଇ ଅଗ୍ନିଶମ ବାହିନୀ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ଅଗ୍ନିଶମ ବାହିନୀ ।

କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି । ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ । ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ ।ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ । ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି ।

ସେହିପରି ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି । ବାଣ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବେନି । ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ । କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି । କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକିବେ । ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ବିକିବେନି । ଅଗ୍ନି ନିର୍ବାପକ ସବୁ ବ୍ୟବସ୍ଥା ଗ୍ରହଣ କରିବେ ।