/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699606841.jpg)
Bolero Accident
ନିତିଦିନ ପରି ସକାଳୁ ଉଠି ଦାନ୍ତ ଘଷୁଥିଲେ । ଧୁଆ ଧୋଇ ହେବା ପାଇଁ ନାଳ ପାଖକୁ ଯାଇଥିଲେ । କିନ୍ତୁ ସେଠାରେ ଛକି ରହିଥିଲା ମୃତ୍ୟୁ । ମୁହଁ ଧୋଉ ଧୋଉ ନିଜ ଜୀବନ ସହ ମଧ୍ୟ ହାତ ଧୋଇ ବସିଲେ । ଅକାଳରେ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ କାରୋ ଗାଁରେ ।
ଗାଁର ପଚାଶ ବର୍ଷୀୟ ବାସୁଦେବ ନାୟକ । ସବୁଦିନ ପରି ଆଜି ମଧ୍ୟ ନାଳ ପଠାରେ ବସି ଦାନ୍ତ ଘଷୁଥିଲେ । ମୁହଁ ଧୋଇବା ସମୟରେ ଯମ ରୂପରେ ମାଡ଼ି ଆସିଥିଲା ଅଚିହ୍ନା ବୋଲେରୋ । ବାସୁଦେବଙ୍କୁ ପଛୁଆ ଧକ୍କା ଦେଇଥିଲା । ଅକାଳରେ ଝଡ଼ି ପଡ଼ିଥିଲା ବାସୁଦେବଙ୍କ ଜୀବନ ।
ତେବେ ଦୁର୍ଘଟଣା ଘଟାଇବା ପରେ ବୋଲେରୋରେ ଥିବା ଦୁଇ ଜଣ ଯୁବକ ଫେରାର ହୋଇ ଯାଇଛନ୍ତି । ନାଳ ଭିତରେ ବୋଲେରୋଟି ପଡ଼ି ରହିଛି । ଆଜି ସକାଳେ ଘଟିଛି ଘଟଣା । କୋଇଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ତେବେ କ୍ଷତିପୂରଣ ଦାବି ନେଇ ଅଡ଼ି ବସିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ଦେଲେ ହିଁ ଶବ ଉଠାଇବାକୁ ଅନୁମତି ଦେବେ ବୋଲି କହିଛନ୍ତି ଗ୍ରାମବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)