/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699601720.jpg)
Pregnant woman carried on cot
ମାଆକୁ ସମ୍ମାନ ନାରାର ଉଡ଼ିଲା ଧଜ୍ଜିଆ । ଭାରରେ ବୁହା ହେଲେ ଗର୍ଭବତୀ । ଆମ୍ବୁଲାନ୍ସ ନ ପହଞ୍ଚି ପାରିବାରୁ ରାସ୍ତା ମଝିରେ ପ୍ରସବ କଲେ ମହିଳା । ରାସ୍ତା ନଥିବାରୁ ଗର୍ଭବତୀ ମହିଳା ୧୨ କିଲୋମିଟର କାନ୍ଧରେ ବୁହା ହେଉଛି । ପ୍ରସବ ସମୟ ନିକଟ ହୋଇ ଯିବାରୁ ଅଧା ରାସ୍ତାରେ ପ୍ରସବ ହେଉଛି । ୨୩ ବର୍ଷ ଧରି ରାଜ୍ୟରେ ବିକାଶର ରଥ ଘିର୍ ଘିର୍ ନାଦରେ ଗଡ଼ୁଛି । କିନ୍ତୁ ସ୍ୱାଭିମାନ ଅଞ୍ଚଳରେ ମାଆ ବୁହା ହେଉଛି କାନ୍ଧରେ, ଖଟିଆରେ । ଏ ଖବର ପହଞ୍ଚୁଛି ତ ନବୀନ ସରକାରଙ୍କ ପାଖରେ ।
ରାସ୍ତା ନଥିବାରୁ କାନ୍ଧରେ ବୁହା ହେଲେ ଗର୍ଭବତୀ । ୧୨ କିଲୋମିଟର ବୁହା ହେବା ପରେ ପ୍ରସବ ଯନ୍ତ୍ରଣା ଅତ୍ୟଧିକ ହେବାକୁ ମଝି ରାସ୍ତାରେ ହିଁ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଗର୍ଭବତୀ । ଏଭଳି କିଛି ଘଟଣା ଘଟିଛି ମାଲକାନଗିରି କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତରେ ।
ବିଲ ମଝିରେ, ରାସ୍ତା କଡ଼ରେ, ଏଠି ନିଇତି ଏମିତି ଉତ୍ତର ଦାୟାଦର ସ୍ୱାଗତ ପାଇଁ ପ୍ରସ୍ତୁତି ହୁଏ । ସ୍ଥାନୀୟ ସାନ୍ତା ବିଶୋଇଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା । ତେଣୁ ଗାଁ ଲୋକେ ପ୍ରାୟ ୧୦ରୁ ୧୨ କିଲୋମିଟର ଭାରରେ ବୋହି କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣୁଥିବା ବେଳେ ରାସ୍ତାରେ ଶିଶୁ ପୁତ୍ରଟିଏ ଜନ୍ମ ହୋଇଛି ।
ଏଠି ମାଆ ବୁହା ହୁଏ କାନ୍ଧରେ, ଖଟିଆରେ, ଏ ଖବର ରହୁଛି ତ ସରକାର ପାଖରେ । ସ୍ଥିର ସରକାରର ଅସଫଳତା, ପ୍ରଚାର ବନାମ ବାସ୍ତବତା, ରାସ୍ତା ନାହିଁ, ଆମ୍ବୁଲାନ୍ସ ନାହିଁ; ଜନନୀ ଭୋଗୁଛି ଯନ୍ତ୍ରଣା । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟରେ ରାଜତ୍ୱ ଚଳାଉଛନ୍ତି ନବୀନ । ନିରଙ୍କୁଶ ଶାସନ, ଲୋକଙ୍କ ଅଗାଧ ଭଲ ପାଇବାର କଣ ଇୟେ ହେଉଛି ପ୍ରତିଫଳ । ଆଉ କେତେ ବର୍ଷ ଲାଗିବ, କେବେ ହେବ ଭିତ୍ତିଭୂମିର ବିକାଶ, ଖୋଲି କହିବେ କି ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)