/odishatv-khabar/media/post_attachments/uploadimage/library/16_9/16_9_0/s_1699672761.jpg)
BJP Allegation Against BJD Govt
ବିଜେଡ଼ି ସରକାର ବିରୋଧରେ ରାଜ୍ୟ ବିଜେପି ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି । ଦଳୀୟ ଚିହ୍ନ ଶଙ୍ଖକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଦର୍ଶାଇ ରାଜ୍ୟ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି ।
Advertisment
ବିଜେପିର ଅଭିଯୋଗ, ଜନସାଧାରଣଙ୍କ ଟଙ୍କାକୁ ଦଳୀୟ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଜେଡି ସରକାର ବିନିଯୋଗ କରୁଛନ୍ତି । ଏପରିକି ବିଭିନ୍ନ ଖବରକାଗଜରେ ବ୍ୟବହାର କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି ।
ଏହା ନିର୍ବାଚନ କମିଶନଙ୍କ ନିୟମ ଉଲ୍ଲଂଘନ କରୁଛି ବୋଲି ବିଜେପି ଦର୍ଶାଇଛି । ଏହି ଅଭିଯୋଗ ଆଣି କେନ୍ଦ୍ର ନିର୍ବାଚନ କମିଶନଙ୍କ ନିକଟରେ ରାଜ୍ୟ ବିଜେପି ଦ୍ୱାରସ୍ଥ ହୋଇ ଫେରାଦ୍ ହୋଇଛି । ଖବର ଲେଖାଯିବା ସୁଦ୍ଧା ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)