Advertisment

ଜଳୁଥିବା ବସ୍‌ରୁ ସ୍ୱାମୀ ଓ ପୁଅକୁ ଉଦ୍ଧାର କଲେ...ଶେଷରେ ନିଜେ ଜୀଅନ୍ତା ଜଳିଗଲେ

ସ୍ୱାମୀ, ପୁଅକୁ ଜଳୁଥିବା ବସ୍‌ରୁ ବାହାରକୁ ପଠାଇଥିଲେ । ଆଉ ଶେଷରେ ନିଜ ନବାହାରି ପାରି ଜଳିଗଲେ ପୁଷ୍ପାଞ୍ଜଳି ।

author-image
Rajalaxmi Sahoo
Woman burnt to death after passenger bus from Kolkata catches fire

Woman burnt to death after passenger bus from Kolkata catches fire

ଅନ୍ୟଙ୍କୁ ବଞ୍ଚାଉ ବଞ୍ଚାଉ ନିଜ ଜୀବନ ଚାଲିଗଲା । ଜଣେ ଜଣେ କରି ଅନ୍ୟଙ୍କୁ ବଞ୍ଚାଇଥିଲେ । ସ୍ୱାମୀ, ପୁଅକୁ ଜଳୁଥିବା ବସ୍‌ରୁ ବାହାରକୁ ପଠାଇଥିଲେ । ଆଉ ଶେଷରେ ନିଜ ନବାହାରି ପାରି ଜଳିଗଲେ ପୁଷ୍ପାଞ୍ଜଳି । ପଶ୍ଚିମବଙ୍ଗ ଖଡ଼ଗପୁରରେ ବସ୍‌ ଅଗ୍ନିକାଣ୍ଡ ଘଟଣାରେ ଏହି ଅଭାବନୀୟ ଘଟଣା ଘଟିଛି । 

Advertisment

ଗତକାଲି ସ୍ୱାମୀ ଓ ପୁଅଙ୍କ ସହ କୋଲକାତାରୁ ବସ୍‌ରେ ଚଢ଼ିଥିଲେ ପୁଷ୍ପାଞ୍ଜଳି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ସ୍ଥିତ ନିଜ ଘରକୁ ସେ ଯାଇଥାନ୍ତେ । ହେଲେ ପୁଷ୍ପାଞ୍ଜଳି ଜାଣିନଥିଲେ ଅଧା ବାଟରେ ତାଙ୍କ ସହ ଏତେ ବଡ଼ ଅଘଟଣ ଘଟିବ । 

ବସ୍‌ରେ ନିଆଁ ଲାଗିବା ପରେ ସମସ୍ତେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ ବସ୍‌ ଡୋର୍‌ ନଖୋଲିବାରୁ ଆଉ ବାହାରକୁ ବାହାରି ପାରିନଥିଲେ । ଏସବୁ ଦେଖି ପୁଷ୍ପାଞ୍ଜଳିଙ୍କ ମୁଣ୍ଡରେ କିଛି ପଶି ନଥିଲା । କିଛି ଉପାୟ ନପାଇ ଶେଷରେ ପୁଅ ଓ ସ୍ୱାମୀଙ୍କୁ ଯେନତେନ ପ୍ରକାରରେ ସେ ବାହାରକୁ ବାହାର କରିଥିଲେ । ହେଲେ ନିଜେ ଆଉ ବାହାରି ନପାରିବାରୁ ତାଙ୍କର ମୃତ୍ୟୁ ହୋଇଛି ।

Advertisment

କାହିଁକି ହେଲା ଏତେ ବଡ଼ ଦୁର୍ଘଟଣା ? 

କେମିତି ବସ୍‌ରେ ଲାଗିଲା ନିଆଁ ? ବସ୍‌ରେ ପ୍ରଥମେ ନିଆଁ ଲାଗି ଲିଭି ଯାଇଥିଲା, ଆଉ ଥରେ ନିଆଁ ଲାଗିଥିଲା ?  ବସ୍‌ର ଗେଟ୍ ଖୋଲି ନଥିଲା, ମୁଖ୍ୟ ଗେଟ୍ ଖୋଲିବାରେ ବିଳମ୍ବ ହୋଇଥିଲା କି ? 

ଖାଲି ଏତିକି ନୁହେଁ ମୃତ ପୁଷ୍ପାଞ୍ଜଳିଙ୍କ ସ୍ୱାମୀଙ୍କ କହିବା କଥା, ଏମର୍ଜେନ୍ସି ଗେଟ୍ ପାଖରେ ଜିନିଷ ରଖାଯାଇଥିଲା । ଫଳରେ ଏହା ଖୋଲି ନଥିଲା । ଆଉ ପୁଷ୍ପାଞ୍ଜଳିଙ୍କ ମୃତଦେହ ବି ସେହି ଏମର୍ଜେନ୍ସି ଗେଟ୍ ପାଖରୁ ମିଳିଛି । ବସ୍‌ରେ କିଛି ବିସ୍ଫୋରକ ଥିଲା କି ? ଯାହା ନିଆଁକୁ ଅଳ୍ପ ସମୟ ମଧ୍ୟରେ ଅଧିକ କ୍ଷୀପ୍ର ବେଗରେ ବଢ଼ାଇଥିଲା । 

ସୂଚନାଥାଉ କି, ଗତକାଲି କୋଲକାତାରୁ ପାରାଦୀପକୁ ଆସୁଥିବା ଶିବମ୍ ବସ୍‌ ଖଡ଼ଗପୁର ଏନ୍‌ଏଚ୍‌ରେ ଥିବାବେଳେ ନିଆଁ ଲାଗି ଯାଇଥିଲା । ଚାହୁଁଚାହୁଁ ପୁରା ବସ୍ ଜଳି ଯାଇଥିଲା । ପ୍ରଥମେ ବସ୍‌ରେ ଅଳ୍ପ ନିଆଁ ଲାଗିଥିଲା । ପରେ ପୁଣି ଥରେ ଏଥିରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । 

ବସ୍‌ରେ ମୋଟ୍ ୩୮ ଜଣ ଯାତ୍ରୀ ଥିବା ବେଳେ ସେଥିରୁ କେବଳ ଓଡ଼ିଶାରୁ ୩୧ ଜଣ ଥିଲେ । ଗତକାଲିର ଅଘଟଣ ପରେ ଆଜି ୨୮ ଜଣଙ୍କୁ ଅନ୍ୟ ଏକ ବସ୍‌ରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି । 

Advertisment
Advertisment