ଦିନେ ଗରିବଙ୍କ ଭୋକ ମେଣ୍ଟାଉଥିବା ମିଲେଟ୍ ଏବେ ଧନୀଙ୍କ ସଉକ୍। ପିଜା, ମୋମୋଠୁ ଆରମ୍ଭ କରି ଦହିବରା ଏବଂ ସୁପ। ଏବେ ସବୁଠି ମାଣ୍ଡିଆର ରାଜ୍। ମୂଲ୍ୟ ନଥିବାରୁ ୯୦ ଦଶକରେ ମାଣ୍ଡିଆ ଚାଷରୁ ମୁହଁ ମୋଡ଼ି ଦେଇଥିଲେ ଚାଷୀ, ହେଲେ ଏବେ ଏହା ସେମାନଙ୍କର ଅର୍ଥକାରୀ ଫସଲ।
ଦିନେ ଗରିବ ଲୋକଙ୍କ ଖାଦ୍ୟ କହି ହସୁଥିବା ସୁଆ, କାଙ୍ଗୁ ଓ ମାଣ୍ଡିଆ ଖାଉଛନ୍ତି ଧନୀକ ବର୍ଗ । ଆଉ ଏହା ଚାଷୀଙ୍କ ପାଇଁ ହୋଇଛି ବରଦାନ । ଏସବୁ ଚାଷ କରି ଭଲ ଦି’ ପଇସା ପାଉଛି ।
ଦୋକାନରେ ସବୁଠୁ ଅଧିକ ଚାହିଦା ରହିଛି ମାଣ୍ଡିଆ ଚା’ର । କିଏ କିଏ ସକାଳେ କିମ୍ବା ସଂଧ୍ୟାରେ ଚା’ ପିଅନ୍ତି ହେଲେ ମାଣ୍ଡିଆ ଚା’କୁ ଗ୍ରାହକ ଦିନ ଦ୍ୱିପ୍ରହରରେ ବି ପିଉଥିବା ଦେଖିବାକୁ ମିଳୁଛି ।