Advertisment

ATM ପହଞ୍ଚିବା ପୂର୍ବରୁ ଲୁଟ୍‌; ବନ୍ଧୁକ ମୁନରେ ଲୁଟି ନେଲେ ଦେଢ଼ କୋଟି ଟଙ୍କା

କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି।

author-image
Manoranjan Behera
ATM Van Lootera

ATM Van Lootera

ବିଚ୍‌ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଦେଢ଼ କୋଟି ଟଙ୍କା । ଟଙ୍କା ଭର୍ତ୍ତି ଟ୍ରକ୍‌ ନେଇ ଏଟିଏମ୍‌ ଭ୍ୟାନ୍‌ ଯାଉଥିବା ବେଳେ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭ୍ୟାନରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଡ୍ରାଇଭରଙ୍କ କହିବାନୁଯାୟୀ ସ୍କର୍ପିଓ, ବାଇକ୍ ଓ ସ୍କୁଟିରେ ୬-୭ ଜଣ ଦୁର୍ବୃତ୍ତ ଆସିଥିଲେ । ସମସ୍ତେ ମାସ୍କ ପିନ୍ଧିଥିଲେ । ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ବନ୍ଧୁକ ମୁନ୍‌ରେ ସବୁ ଲୁଟିନେଲେ ।

Advertisment

ତିଗିରିଆ ଥାନା ଗୋଡିଝରିଆ ନୂଆ ସଡକ ରାସ୍ତାରେ ଏହି ଲୁଟ୍ ହୋଇଛି । ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଭ୍ୟାନରୁ ଦେଢ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା
ଜଣାପଡିଛି । ଆଠଗଡର ବିଭିନ୍ନ ପ୍ରବେଶ ପଥରେ ନାକାବନ୍ଦୀ କରିଛି ପୋଲିସ ।

ଆଜି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ । ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ । ମୋଟ ୧୩ଟି ଏଟିଏମ୍‌ରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ । ତେବେ ମାତ୍ର ୪ଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ଲୁଟ୍‌ର ଶିକାର ହୋଇଥିବା ସେମାନେ ଭିଯୋଗ କରିଛନ୍ତି । 

Advertisment
ATM Loot ATM Van Lootera
Advertisment
Advertisment