/odishatv-khabar/media/post_attachments/uploadimage/library/16_9/16_9_0/Bus_Fire_1699637905.jpg)
Bus Fire
କୋଲକାତାରୁ ପାରାଦୀପ ଆସୁଥିବା ବସରେ ଲାଗିଲା ନିଆଁ । ଅଧାବାଟରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍ । ଅଗ୍ନିକାଣ୍ଡ ଘଟିଛି ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁରରେ । ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ପାରାଦୀପ ଆସୁଥିଲା । ରାତି ପ୍ରାୟ ସାଢ଼େ ୯ରୁ ୧୦ଟା ମଧ୍ୟରେ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି ।
Advertisment
ବସରେ ମୋଟ କେତେ ଯାତ୍ରୀ ଥିଲେ ଏବଂ ସେମାନଙ୍କ ଅବସ୍ଥା ସଂପର୍କରେ ସଠିକ୍ ସୂଚନା ମିଳିପାରୁନାହିଁ । କିନ୍ତୁ ପ୍ରାୟ ୩୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ ଏବଂ ଖଡ଼ଗପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବସରେ କେମିତି ନିଆଁ ଲାଗିଲା ? ସେନେଇ ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ବସରେ କିଛି ବିସ୍ଫୋରକ ସାମଗ୍ରୀ ଥିବା କୁହାଯାଉଛି ।
ପ୍ରାଥମିକ ଅନୁସନ୍ଧାନରୁ ବସ୍ରେ ବାଣ ଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ବସ୍ଟି କୋଲକାତାର ଶିବମ୍ ଟ୍ରାଭେଲ୍ସର ସୂଚନା ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)