Advertisment

Vastu Tips: ଗୃହ ନିର୍ମାଣରେ କେବେ ବି କରନ୍ତୁ ନାହିଁ ଏମିତି ଭୁଲ୍, ଋଣରେ ବୁଡିପାରନ୍ତି…

କିଛି ଲୋକ ଧନ ରଖିକି ବି ଭଲ ଜାଗାଟିଏ ମିଳୁନି ଆଉ ଯଦି ଜାଗାଟିଏ କିଣାଯାଇଛି ପରେ ଗୃହ ନିର୍ମାଣ କଲାବେଳେ ସେଥିରେ ବହୁତଗୁଡ଼ିଏ ବାଧାବିଘ୍ନ ଆସୁଛି। ଏହାକୁ ହିଁ ଆମେ ଭାଗ୍ୟ ବୋଲି କହୁଛେ। ଏହା ପଛର ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା। ଋଣଗ୍ରସ୍ତ ହୋଇପାରନ୍ତି।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Never make such a mistake in building a house, you May be in debt

Never make such a mistake in building a house, you May be in debt

ଆମେମାନେ ଏବେ ସମସ୍ତେ ପ୍ରାୟ ଜାଣିଲେଣି ବାସ୍ତୁଶାସ୍ତ୍ରର ଉପଯୋଗିତା ବିଷୟରେ। ଏହା ଅନ୍ଧବିଶ୍ୱାସ ନୁହେଁ ବୋଲି ପ୍ରାୟ ସମସ୍ତେ ହୃଦୟଙ୍ଗମ କଲେଣି ଏବଂ ଏହାର ବହୁଳ ବ୍ୟବହାର ଆଜି ବିଜ୍ଞାନ ଯୁଗରେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଏହାର ସଠିକ୍ ବ୍ୟବହାର ଭୂମି ଚୟନ ବା କ୍ରୟ ପୂର୍ବରୁ କରିପାରିଲେ ଅତି ଭଲ। କିନ୍ତୁ ଅଧିକାଂଶ ଲୋକ ଭୂମି କ୍ରୟ ବେଳେ ନୁହେଁ ବରଂ ଗୃହନିର୍ମାଣ ସମୟରେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେବା ପାଇଁ ଯାଉଛନ୍ତି।

Advertisment

ବାସ୍ତୁବିତ୍‌ଙ୍କ ପରାମର୍ଶ ନେଲେ ମଧ୍ୟ ନିର୍ମାଣ ସମୟରେ ବେଳେ ବେଳେ ଏହିପରି କିଛି ଭୁଲ୍ କରିଦିଅନ୍ତି ଯାହା ବାସ୍ତୁର ସମ୍ପୂର୍ଣ୍ଣ ଶୁଭଫଳକୁ ନଷ୍ଟ କରିଦେଇଥାଏ। ଗୃହରେ ବାସ୍ତୁଦୋଷକୁ ଯେତେ କମ୍ କରିପାରିବା ସେତେ ଭଲ। ଏଠାରେ ବାସ୍ତୁଦୋଷକୁ କମ୍ କରିବା କହିବାର ତାତ୍ପର୍ଯ୍ୟ ଏହିକି ଯେ ବର୍ତ୍ତମାନ ଯୁଗରେ ଭୂମିଖଣ୍ଡେ ଭାଗ୍ୟରେ ଥିଲେ ମିଳେ, ଏବେ ଭୂମିର ମୂଲ୍ୟ ମଧ୍ୟ ଏତେ ଅଧିକ ଯେ ବହୁତ ଲୋକଙ୍କ ପାଇଁ ଜୀବନଯାକ ରୋଜଗାର କରି ସହର ଅଞ୍ଚଳରେ ଭଲ ଜାଗାରେ ଭୂମିଖଣ୍ଡେ କିଣିବା ପାଇଁ ଧନର ଅଭାବ ହେଉଛି। ଅନ୍ୟପକ୍ଷରେ ଆଉ କିଛି ଲୋକଙ୍କ ପାଖରେ ଏକାଧିକ ଜାଗା କିଣିବାର ସାମର୍ଥ୍ୟ ରହୁଛି ଏବଂ ଆହୁରି ମଧ୍ୟ ଦେଖୁଥିବେ ଧନ ରଖିକି ଭଲ ଜାଗାଟିଏ ମିଳୁନି ଆଉ ଯଦି ଜାଗାଟିଏ କିଣାଯାଇଛି ପରେ ଗୃହ ନିର୍ମାଣ କଲାବେଳେ ସେଥିରେ ବହୁତଗୁଡ଼ିଏ ବାଧାବିଘ୍ନ ଆସୁଛି।

ଏହାକୁ ହିଁ ଆମେ ଭାଗ୍ୟ ବୋଲି କହୁଛେ। ଏଣୁ ଆମ ଭାଗ୍ୟରେ ଯଦି ବାସ୍ତୁଦୋଷଜନୀତ ସମସ୍ୟା ଭୋଗିବାର ଥାଏ, ତେବେ ଆମ ଦ୍ୱାରା ହୋଇଥିବା ଏହିପରି ଭୁଲ୍ ହିଁ ଆମ ପାଇଁ ବିପଦ ଆଣିଥାଏ। ସେତେବେଳେ ଆମେ ବାସ୍ତୁଶାସ୍ତ୍ରକୁ ଏବଂ ବାସ୍ତବିତ୍‌ଙ୍କୁ ଦୋଷୀ କରିଥାଉ। କିନ୍ତୁ ଭୁଲିଯାଉ ଯେ ଗୃହକର୍ତ୍ତା ନିଜେ ଭୁଲ୍ କରିଛନ୍ତି।

Advertisment

ସେହି ଦୋଷ ମଧ୍ୟରୁ ଗୋଟେ ଭୁଲ ବିଷୟରେ ଜାଣିବା ଯାହାହେଉଛି ଯଦି ବାସ୍ତୁବିତ୍‌ଙ୍କ ଦ୍ୱାରା ଗୃହ ତିଆରି ନକ୍ସା କରିସାରିଲା ପରେ ଆମେ ସେଥିରେ ନିର୍ମାଣ ସମୟରେ କୌଣସି ଗୋଟେ କିମ୍ବା ଅଧିକ ଦିଗ ବା କୋଣ ଆଡ଼କୁ ପାଚେରୀକୁ ଲଗାଇ କିଛି ନିର୍ମାଣ କରିଦେବା ଏବଂ ସେହି ସ୍ଥାନରେ କିଛି ଖାଲି ଜାଗା ନ ରଖିବା। ତେବେ ଏହାର କୁପ୍ରଭାବ ତୁରନ୍ତ ଗୃହକର୍ତ୍ତାଙ୍କ ଉପରେ ପଡ଼ିଥାଏ ଏବଂ ଗୃହରେ ରହିଲା ପରେ ଏହା ସମସ୍ତ ଗୃହବାସୀଙ୍କ ଉପରେ ପଡିଥାଏ।

ଛୋଟ ଜାଗାରେ ଗୃହ ନିର୍ମାଣରେ ଏହିପରି ଭୁଲ୍ ହେବାର ବେଶୀ ଦେଖାଯାଏ। ଧରନ୍ତୁ ଗୃହର ନକ୍ସା ପ୍ରସ୍ତୁତ ସମୟରେ ଐଶାନ୍ୟ କୋଣରେ ଠାକୁର ଘର କରାଯାଇଛି ଏବଂ ଠାକୁର ଘର କରିଲା ପରେ ଆପଣଙ୍କ ଭୂମିର ପାଚେରୀ ଏବଂ ଐଶାନ୍ୟ କୋଣ ମଧ୍ୟରେ କିଛି ଜାଗା ରହିଯାଇଛି। ଯେହେତୁ ଜାଗାଟି ଛୋଟ ଏଣୁ ଷ୍ଟୋର୍ ରୁମ୍‌ଟିଏ ନକ୍ସା ତିଆରି ବେଳେ ବାହାରି ପାରୁ ନଥିଲା କି ସେଥିପ୍ରତି ଗୁରୁତ୍ୱ ଦିଆଯାଇ ନ ଥିଲା। ତେବେ ତିଆରି ସମୟରେ ଗୃହକର୍ତ୍ତାଙ୍କ ମନରେ ଆସିଲା ଷ୍ଟୋର୍ ରୁମ୍ ଟିଏ ଦରକାର।

ଏଣୁ ଗୃହ ମାଲିକ ଆଉ ବାସ୍ତୁବିତ୍‌ଙ୍କୁ ନ ପଚାରି ରାଜମିସ୍ତ୍ରୀ ସହ କଥା ହୋଇ ଠାକୁର ଘରକୁ ଲଗାଇ ଏବଂ ପାଚେରୀକୁ ଲଗାଇ ଛୋଟ ରୁମ୍‌ଟିଏ ବାହାର କରି ଦିଅନ୍ତି। ଏହା ପରେ ଛାତ ପକାଇ ଏହାକୁ ଘର ସହ ମିଶାଇ ଦିଅନ୍ତି। ଆଜିକାଲି ସମସ୍ତେ ବାସ୍ତୁବିତ୍‌ଙ୍କ ପରାମର୍ଶ ସହିତ ନିଜେ ମଧ୍ୟ କିଛି ବାସ୍ତୁବହି ଏବଂ ଇଣ୍ଟର୍‌ନେଟ୍‌ରୁ ଜାଣିବାରେ ଆଗ୍ରହ ପ୍ରକାଶ କରୁଛନ୍ତି। ସେହିମାନେ ହିଁ ଅଳ୍ପ ବିଦ୍ୟାଭୟଙ୍କରୀ ପରିସ୍ଥିତି ତିଆରି କରନ୍ତି।

ଐଶାନ୍ୟ କୋଣକୁ ଗୃହ ବଢ଼ିଲେ ଶୁଭ ବୋଲି ବିଚାରି ଏହାର ପ୍ରକୃତ ନିୟମକୁ ନ ଜାଣି ଘରର ଏମିତି କିଛି ଆବଶ୍ୟକତାକୁ ନିର୍ମାଣ କରିଦିଅନ୍ତି। ଏହି ଦିଗକୁ ଯଦି ଏହିପରି ଭାବେ ବଢ଼ାଯାଏ ତେବେ ବହୁତ୍ ଶିଘ୍ର ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼େ ଏବଂ କିଛି ଜାଗାରେ ଋଣଗ୍ରସ୍ତ ହେବାର ମଧ୍ୟ ଦେଖାଯାଇଛି। ଏଣୁ ଗୃହ ନିର୍ମାଣରେ ଗୃହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାସ୍ତୁର ସମ୍ପୂର୍ଣ୍ଣ ନିୟମ ମାନିଲେ ହିଁ ସମୃଦ୍ଧି ମିଳିଥାଏ। ଏହାକୁ ଦୃଷ୍ଟିରେ ରଖିବା ଜରୁରୀ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Vastu Shastra
Advertisment
Advertisment