Advertisment

ବଢ଼ୁଛି ଫ୍ୟାନ୍ସି ଦୀପର ଡିମାଣ୍ଡ୍‌, କମୁଛି ମାଟି ଦୀପ ବ୍ୟବସାୟ...

ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର ।

author-image
Rajalaxmi Sahoo
Fortune of these potters getting miserable over less demand of Diyas in Odisha

Fortune of these potters getting miserable over less demand of Diyas in Odisha

ଦିନକ ପରେ ଆଲୋକର ପର୍ବ ଦୀପାବଳୀ । ଆଉ ଦୀପାବଳିରେ ଦୀପ ବିକ୍ରି କରି ଦି’ ପଇସା ରୋଜଗାର କରିବାକୁ ଆଶା ରଖିଥାନ୍ତି କୁମ୍ଭକାର ପରିବାର । ମାତ୍ର ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର । 

Advertisment

ମାଟିରେ ନିର୍ମିତ ସୁନ୍ଦର ସୁନ୍ଦର ଦୀପ । ରଙ୍ଗ ବେରଙ୍ଗର ଦୀପ ବଜାରକୁ ଯିବା ଲାଗି ପ୍ରସ୍ତୁତ। ଛୋଟିଆ ଦୀପଟିଏ ହେଲେ ବି ଏହା ପଛରେ ରହିଛି କୁମ୍ଭକାରଙ୍କ ଅକ୍ଲାନ୍ତ ପରିଶ୍ରମ । ମାତ୍ର ପରିଶ୍ରମ ଅନୁଯାୟୀ ମିଳୁନି ମୂଲ୍ୟ । ଏ କେଉଁ ଗୋଟିଏ କୁମ୍ଭକାର ପରିବାରର କାହାଣୀ ନୁହେଁ ।

ପାରାଦୀପର ଭୂତମୁଣ୍ଡାଇ ଅଞ୍ଚଳ ହେଉ କି ଲୁଣୁକୂଆ ଓ ଫତେପୁର ଅଞ୍ଚଳ ସବୁଠି କୁମ୍ଭକାରଙ୍କ ଦୟନୀୟ ସ୍ଥିତି । ଦୀପାବଳି ଆସିଲେ କୁମ୍ଭକାରମାନେ ସୁନ୍ଦର ସୁନ୍ଦର ଦୀପ ତିଆରିରେ ଲାଗିପଡନ୍ତି ସତ, ମାତ୍ର ବଜାରରେ ଫ୍ୟାନ୍ସି ଦୀପ ଏବଂ ଲିଚୁ ଲାଇଟ୍ ଆସିବା ଦିନଠୁ ଏମାନଙ୍କ ବ୍ୟବସାୟ ପୁରା ଠପ୍ ହୋଇଯାଇଛି । 

Advertisment

ସମାନ ଦଶା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚନ୍ଦନପୁର ଗାଁର କୁମ୍ଭକାରଙ୍କର । ଦୀପାବଳି ଲାଗି କୁମ୍ଭକାରମାନେ ଦୀପ ପ୍ରସ୍ତୁତ କରିଥିଲେ ମଧ୍ୟ ବିଶେଷ ବିକ୍ରିବଟା ହେଉନଥିବା କୁମ୍ଭକାର କହିଛନ୍ତି । ତେବେ ରୋଜଗାରର ଅନ୍ୟ ପନ୍ଥା ନଥିବା ବେଳେ ଏବେ ବି ଗାଁର ୫୦ ପରିବାର କୌଳିକ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି ।

ବାସୁଦେବପୁର ବିନାୟକପୁର ଗାଁରେ ମଧ୍ୟ କିଛି କୁମ୍ଭକାର ପରିବାର ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାଟି ଦୀପ ପାଇଁ ମାଟିର ଅଭାବ ସାଙ୍ଗକୁ ଅଧିକ ପରିଶ୍ରମ କରିବାକୁ ପଡୁଛି । ମାତ୍ର ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳୁନଥିବା କାରିଗର ଅଭିଯୋଗ କରିଛନ୍ତି ।

ଖାଲି ଦୀପ କାହିଁକି ଆଧୁନିକତାର ତାଳତାଳେ ମାଟି ପାତ୍ରର ଚାହିଦା ମଧ୍ୟ କମିବାକୁ ବସିଲାଣି । ଫଳରେ କୁମ୍ଭକାର ପରିବାର ଏବେ କ’ଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । 

Diwali
Advertisment
Advertisment