/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699711606.jpg)
Pranab Prakash Das
ବବିଙ୍କ ମୁହଁରେ ପାଣ୍ଡିଆନ୍ ଜପ । ଫାଇଭ୍ ଟି’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କହିଲେ ସାର୍ ମୁଁ ମାଡ଼ ଖାଇବି ପଛେ କହିବି। ଯାଜପୁରରେ ଆମ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଣବଙ୍କର ଏଭଳି ଅଭିଭାଷଣକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।
Advertisment
ବବି କହିଛନ୍ତି ଯେ, ପୁଅ ଯାହା କରି ନପାରେ, ତାହା ପଟ୍ଟଶିଷ୍ୟ କରିପାରେ । ବିକାଶ ଧାରା ପାଇଁ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ଏହି ଭାଷଣରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଟ୍ଟଶିଷ୍ୟ ବୋଲି ଆଖ୍ୟା ଦେଇଛନ୍ତି ପ୍ରଣବ । କହିଛନ୍ତି ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଯାଜପୁର ଓ ଶ୍ରୀମନ୍ଦିର ପାଇଁ ଆପଣ ଯାହା କରିଛନ୍ତି, ସେଥିପାଇଁ ହୃଦୟରୁ ଧନ୍ୟବାଦ।
ଅନ୍ୟପକ୍ଷରେ ଏହାକୁ ନେଇ ବିଜେପି କହିଛି, ବିଜେଡି ରାଜନୀତିରେ ତିଷ୍ଠି ରହିବାକୁ ହେଲେ ପାଣ୍ଡିଆନଙ୍କ ଗୁଣଗାନ କରିବାକୁ ବାଧ୍ୟ । କଂଗ୍ରେସ କହିଛି ଯେ ସବୁ ଟିକେଟ୍ ଭୟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)