ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଉପୁଡିଛି। କିଛି ସ୍ଥାନରେ ଘର ଉପରେ ଖସି ପଡିଛି ଗଛ। ବ୍ୟାପକ କ୍ଷୟକ୍ଷତି ହୋଇଛି।
ରାଜ୍ୟ କଂଗ୍ରେସକୁ ସଂଜିବନୀ ଦେବ କି ରାହୁଲଙ୍କ ସାଲେପୁର ସମାବେଶ ? ଆଗକୁ ପ୍ରଚାରରେ ଆସିବେ ରାହୁଲଙ୍କ ସହ ପ୍ରିୟଙ୍କା, ଖାଡଗେ ଓ ରେବନ୍ତ ରେଡ୍ଡୀ ।
କାହିଁକି ଭାଷା. ସଂସ୍କୃତି ବିପଦରେ ଓ କେମିତି ଅଡୁଆରେ ବିଜେଡି ? ସାହିତ୍ୟ, ସଂସ୍କୃତି ଓ ରାଜନୀତି ସହ ବିଭିନ୍ନ ମହଲରୁ ଆସିଲା ମତ ।
ବିଜେଡି ପ୍ରାର୍ଥୀ- ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ- ଜଗନ୍ନାଥ ନୁଣ୍ଡ୍ରୁକା କଂଗ୍ରେସ ପ୍ରାର୍ଥୀ- ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ- ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ।
୧୦/୧୫ ବର୍ଷ ତଳେ ରାଜଧାନୀରେ କେମିତି ବୋହୁଥିଲା ଶୀତଳ ପବନ, କେମିତି ଆରାମଦାୟକ ଥିଲା ଭୁବନେଶ୍ୱର। କିନ୍ତୁ ଆଜି ଶୀତଳ ନୁହେଁ, ଝାଞ୍ଜି ମାଡ଼ରେ ପୋଡ଼ିଯାଉଛି ସର୍ବାଙ୍ଗ। ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରକୋପ, ପାଦ ତଳେ ଉତ୍ତପ୍ତ ଧରାପୃଷ୍ଠ।
ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ। ବିଜେପି ପଟୁ ଜୟ ଶ୍ରୀରାମ ନାରା, ବିଜେଡି ପଟୁ ଜୟ ଜଗନ୍ନାଥ। ବିଜେପି ପଟୁ ମୋଦି ମୋଦି, ବିଜେଡି ପଟୁ ନବୀନ ନାରା।
ମୋଦି ମୋଦି ନାରା ଦେଉଥିଲେ ବିଜେପି କର୍ମୀ । ନବୀନ ନାରା ଦେଉଥିଲେ ବିଜେଡି ସମର୍ଥକ।
ଦଳର ଚରମ ଦୁର୍ଦ୍ଦିନ ସମୟରେ ଜଳେଶ୍ୱର କଂଗ୍ରେସର ସେ ମଙ୍ଗ ଧରିଥିଲେ l ଗତ ନିର୍ବାଚନ ପରଠାରୁ ଦୀର୍ଘ ୫ ବର୍ଷ ଧରି ଦଳର ସଂଗଠନକୁ ଗଢିଥିଲେ l ଜଳେଶ୍ୱରବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଅନେକ ସଂଗ୍ରାମ ଓ ଆନ୍ଦୋଳନ କରିଥିଲେ ।
ପାନୀୟ ଜଳ ଯୋଗାଣର କିଛି ଅବ୍ୟବସ୍ଥିତ ଢ଼ାଞ୍ଚା ଆମ ସାମ୍ନାକୁ ଆସିଛି । ବସୁଧା ଯୋଜନା କେବଳ ସ୍କୁଲ କାନ୍ଥରେ ସୀମିତ। କାମ କରୁନି ପାଣିଟାଙ୍କି । ଶୁଖିଲା ପଡିଛି କୂଅ । ଆଉ ନଳକୂଅ ଖାଲି ନାମକୁ ମାତ୍ର । ଖରାକୁ ବଳି ଯାଉଛି ସବୁଦିନିଆ ପାଣି ଯୋଗାଡ ।
ସାରା ଓଡ଼ିଶା ପାଲଟିଛି ତତଲା ତାୱା। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ଭୀଷଣ ଗ୍ରୀଷ୍ଣ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ୩ଟି ଦମକଳ ଗାଡି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ । ତୃତୀୟ ମହଲାରେ ଥିବା କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି।
ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ। ଆସନ୍ତା ମେ ୨୫ରେ ତୃତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ।
କୋରାପୁଟ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ଏବଂ ରାୟଗଡ଼ା ଜିଲ୍ଲାର ୩ଟି ବିଧାନସଭା ଆସନ ଗୁଣୁପୁର, ବିଷମ କଟକ ଓ ରାୟଗଡ଼ା ଭଳି ୭ଟି ବିଧାନସଭା ଆସନକୁ ନେଇ ଗଠିତ କୋରାପୁଟ ସଂସଦୀୟ କ୍ଷେତ୍ର ।
ଚାଲିଛି ନାମାଙ୍କନ ପର୍ବ । ଆଜି ବିଜେପିର ହେଭିୱେଟ୍ ନାମାଙ୍କନ ଦାଖଲ କରୁଛନ୍ତି । ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଶାଳ ଶୋଭଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ।
ତତଲା କଡେଇରେ ଭାଜି ହେଲା ଭଳି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ । ଏମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ଭତ୍ରା ।
ମୟୂରଭଞ୍ଜରେ ମର୍ଡର ପ୍ଲାନ, ବାଲେଶ୍ୱରରେ ହତ୍ୟା । ଘର ଭଡ଼ାଟିଆ ହାତରେ ଗଲା ମାଲିକର ଜୀବନ । ନୀଳଗିରି ଅଞ୍ଚଳରେ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଅନେକ କ୍ଷେତ୍ରରେ ଶୁଣିବାକୁ ମିଳେ, କେହି ସଫଳ ହୋଇନପାରିଲେ ପରିବାରର ଆର୍ଥିକ ଦୁରବସ୍ଥାକୁ ଦାୟୀ କରିଥାଆନ୍ତି । ହେଲେ ଏମିତି ବି ଅନେକ ପିଲା ଅଛନ୍ତି, ଯେଉଁମାନେ ବାପା ଓ ମାଆଙ୍କ କଷ୍ଟକୁ ଦେଖି ନିଜ ଭବିଷ୍ୟତ ପାଇଁ କଣ୍ଟକିତ ପଥକୁ ସଫଳତାର ରାସ୍ତାରେ ପରିବର୍ତ୍ତନ କରନ୍ତି ।
ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା ।
କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବ। ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏଁ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍। କିନ୍ତୁ ୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପ୍ରଶ୍ନ ଉଠୁଛି, ଶକ୍ତି ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ଓଡ଼ିଶାରେ କାହିଁକି ହେଉଛି ପାୱାର କଟ୍ ? କ’ଣ ଏହା ପଛର ବାସ୍ତବ କାରଣ ?
ନିର୍ବାଚନ ଘୋଷଣା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସି ଗର୍ଜିଛନ୍ତି ରାହୁଲ। ସାଲେପୁର ନ୍ୟାୟ ସମାବେଶରୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଓଡ଼ିଶାକୁ ପାଣ୍ଡିଆନ୍ ହିଁ ଚଳାଉଛନ୍ତି।
ଏଥିସହ ୮ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଚି କଂଗ୍ରେସ।