/odishatv-khabar/media/post_attachments/uploadimage/library/16_9/16_9_0/UPSC_Exam_1714366030.jpg)
UPSC Exam
କଥାରେ ଅଛି ପରିଶ୍ରମ ହେଉଛି ସଫଳତାର ଚାବିକାଠି । ଅନେକ କ୍ଷେତ୍ରରେ ଶୁଣିବାକୁ ମିଳେ, କେହି ସଫଳ ହୋଇନପାରିଲେ ପରିବାରର ଆର୍ଥିକ ଦୁରବସ୍ଥାକୁ ଦାୟୀ କରିଥାଆନ୍ତି । ହେଲେ ଏମିତି ବି ଅନେକ ପିଲା ଅଛନ୍ତି, ଯେଉଁମାନେ ବାପା ଓ ମାଆଙ୍କ କଷ୍ଟକୁ ଦେଖି ନିଜ ଭବିଷ୍ୟତ ପାଇଁ କଣ୍ଟକିତ ପଥକୁ ସଫଳତାର ରାସ୍ତାରେ ପରିବର୍ତ୍ତନ କରନ୍ତି ।
ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି, UPSC ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୬୭ ରାଙ୍କ ପାଇଥିବା ଅତୁଲ ସିଂ । ଅତୁଲଙ୍କ ବାପା ହେଉଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ । ବାପାଙ୍କ ପରିଶ୍ରମର ଫଳକୁ ସାକାର କରିବା ସହ ନିଜ ପରିଶ୍ରମର ଫଳ ପାଇଛନ୍ତି । ଆଉ ବାପାଙ୍କ ନାଁକୁ ଉଚ୍ଚସ୍ତରକୁ ନେଇଛନ୍ତି ।
ଅଧିକ ପଢ଼ନ୍ତୁ: ବାପାଙ୍କ ସ୍ବପ୍ନକୁ ପୂରଣ କଲା ଗେହ୍ଲାପୁଅ, ଅଫିସରେ ଦେଲା ବଡ଼ ସରପ୍ରାଇଜ୍
ଭଦ୍ରକରେ ଏକ ଘରୋଇ ସ୍କୁଲରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି ବିହାର ରାଞ୍ଚିର ପୱନ କୁମାର ସିଂ । ସେ ଘର ଛାଡ଼ି ଭଦ୍ରକରେ ଦୀର୍ଘ ୨୦ ବର୍ଷ ଧରି ରହି ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି । କିନ୍ତୁ ପୁଅର ସଫଳତା ପରେ ଏବେ ପୱନଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଛି । ଯେଉଁ ସ୍କୁଲର ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ ସେଠାରେ ଖୁସିରେ ସମସ୍ତଙ୍କୁ ମିଠା ବାଣ୍ଟିଛନ୍ତି ।
ସମସ୍ତଙ୍କ ସମ୍ମୁଖରେ ଆଜି ଉଦାହରଣ ହୋଇଛନ୍ତି ପୱନ । ପୁଅର ସଫଳତା ବଖାଣି ଛାତ୍ରଛାତ୍ରୀଙ୍କୁ କରିଛନ୍ତି ଉତ୍ସାହିତ । ପୱନ କୁମାର ସିଂ ବହୁ ବର୍ଷ ହେବ ଓଡିଶାରେ ରହି ଆସୁଛନ୍ତି । ସେ ପୁଅ ଅତୁଲ ସିଂର ପାଠ ପଢା ପାଇଁ ସବୁପ୍ରକାର କଷ୍ଟ କରିଛନ୍ତି । ତେବେ ପୁଅ ଅତୁଲ ପୂର୍ବରୁ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ପରେ ଚାକିରୀ ଛାଡି UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପୱନଙ୍କ କହିବା କଥା ତାଙ୍କ ପୁଅ ଦିନକୁ ୧୪ ଘଣ୍ଟା ପାଠ ପଢୁଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)