Advertisment

ଡେଉଁଛି ପାରଦ, ବଢୁଛି ତାତି; ଅଂଶୁଘାତରେ ଗଲାଣି ୨ ଜୀବନ

ସାରା ଓଡ଼ିଶା ପାଲଟିଛି ତତଲା ତାୱା। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ଭୀଷଣ ଗ୍ରୀଷ୍ଣ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
heatstroke death in odisha

Heat Wave

ରାଜ୍ୟରେ ଅଂଶୁଘାତରେ ଗଲାଣି ଦୁଇ ଜଣଙ୍କ ଜୀବନ। ଆଜି ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ବାଲେଶ୍ୱର ପରେ ଢେଙ୍କାନାଳରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ଓ ତାତିଜନିତ ସମସ୍ୟାରେ ୨୫୭ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୬୦ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରୁ ୪୦ ଜଣ, ଖୋର୍ଦ୍ଧାରୁ ୩୬ ଜଣ ଭର୍ତ୍ତି ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲରେ ୧୮ ଜଣ ରହିଛନ୍ତି।

Advertisment

ସାରା ଓଡ଼ିଶା ପାଲଟିଛି ତତଲା ତାୱା। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ଭୀଷଣ ଗ୍ରୀଷ୍ଣ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱର ଜାରି ହୋଇଛି ଅରେଞ୍ଜ ଆଲର୍ଟ। ଆଜି ପାଇଁ କଟକ ସମେତ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ୧୮ ଜିଲ୍ଲାକୁ ଅରେଞ୍ଜ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ: ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଜଳୁଛି କଟକ; ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Advertisment

ସେହିପରି ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ରେଡ୍ ଓ ୧୮ ଜିଲ୍ଲାକୁ ଅରେଞ୍ଜ ସତର୍କତା ଦିଆଯାଇଛି। ୨ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ ହୋଇଛି। ମେ ୨ ତାରିଖରରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବା ସହ ଆଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି।

ଡେଉଁଛି ପାରଦ, ବଢୁଛି ତାତି। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରି। ସାଢ଼େ ୨ଟା ସୁଦ୍ଧା ୪୩ ଛୁଇଁଲା ପାରଦ। ସାଢ଼େ ୨ଟା ସୁଦ୍ଧା କେନ୍ଦୁଝର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ା ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ ୪୧.୮ ଡିଗ୍ରୀ, ରାଉରକେଲା ୪୧.୮, ବାଲେଶ୍ବର ୪୧.୪, ଭୁବନେଶ୍ୱର ୪୧.୩ ଡିଗ୍ରୀ ରେକର୍ଡ ହୋଇଛି ଦିନର ତାପମାତ୍ରା। ଆଜି ପାଇଁ କଟକ ସମେତ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ୧୮ ଜିଲ୍ଲାକୁ ଅରେଞ୍ଜ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ରେଡ୍ ଓ ୧୮ ଜିଲ୍ଲାକୁ ଅରେଞ୍ଜ ସତର୍କତା ଦିଆଯାଇଛି। ୨ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ ହୋଇଛି। 

Heat Wave Temperature Sun Stroke
Advertisment
Advertisment