Advertisment

Biju Jayanti Programme: ଡାକିଲେ ମୋହନ; ଗଲେନି ନବୀନ, ରାଗିକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନଙ୍କ ନିମନ୍ତ୍ରଣ ସତ୍ତ୍ୱେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଲେନି ନବୀନ ପଟ୍ଟନାୟକ । ନବୀନଙ୍କ ଅନୁପସ୍ଥିତି ନେଇ କଡ଼ା ସମାଲୋଚନା କଲେ ମୋହନ । କହିଲେ କାର୍ଯ୍ୟକ୍ରମକୁ ନ ଆସି ନବୀନ ପାପ କରିଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି
CM Mohan targets Naveen

CM Mohan targets Naveen

ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲେ କାର୍ଯ୍ୟକ୍ରମକୁ ଆସିନଥିଲେ ନବୀନ । ଏହାକୁ ନେଇ ବିରୋଧୀ ଦଳ ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁମାନେ ନିମନ୍ତ୍ରଣ ସତ୍ତ୍ୱେ ଆସିଲେନି ସେମାନେ ପାପ କରିଛନ୍ତି । ନବୀନ କାର୍ଯ୍ୟକ୍ରମକୁ ନଆସି ପାପ କରିଛନ୍ତି ବୋଲି କହିଛନ୍ତି ମୋହନ ।

Advertisment

ଅଧିକ ପଢ଼ନ୍ତୁ: ବିଜେପିକୁ ଟାର୍ଗେଟ କଲେ ନବୀନ; କହିଲେ, ‘ନାଁ ବଦଳାଇ ପାରନ୍ତି, ଭଲ ପାଇବା ନୁହେଁ’

ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନଠାରେ ଏହି ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ''ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ସମାରୋହକୁ ନ ଆସି ନବୀନ ପାପ କରିଛନ୍ତି । ତାଙ୍କୁ ନିମନ୍ତ୍ରଣ କରିଥିଲୁ ସେ ଆସିଥିଲେ ଉତ୍ସବ ପୂର୍ଣ୍ଣାଙ୍ଗ ହୋଇଥାନ୍ତା । ଏହାକୁ ନେଇ ରାଜନୀତି କରିବା କଥା ନୁହେଁ ।'' 

Advertisment

ଏହାସହିତ ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ 'ଗାଁକୁ କାମ ମାକୁ ସମ୍ମାନ' କଥା ଉଠାଇ ମଧ୍ୟ ପୂର୍ବ ସରକାର ଉପରେ ଖୁବ ବର୍ଷିଛନ୍ତି ମୋହନ । ସେ କହିଛନ୍ତି, ଯେଉଁମାନେ ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ପ୍ରଚାର କରୁଥିଲେ, ତାହାକୁ ବାସ୍ତବରେ କାର୍ଯ୍ୟକାରୀ କରିପାରିଲେ ନାହିଁ । ବିଜୁ ବାବୁଙ୍କ ସ୍ବପ୍ନ ପୂରଣ କେବଳ ରାଜନୀତିରେ ରହିଗଲା । ହେଲେ ବିଜେପି ସରକାର ଏହାକୁ ବାସ୍ତବିକତା ରୂପ ଦେବାକୁ ଯାଉଛି । ଓଡ଼ିଶା ପାଇଁ ବିଜୁ ବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ଆମ ସରକାର ପୂରଣ କରିବ ।

ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବରରେ ନବୀନ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେବାର ଥିଲା । କିନ୍ତୁ ନବୀନ ନଆସିବାରୁ ଉତ୍ସବରୁ ତାଙ୍କ ଚୌକି କାଢି ନିଆଯାଇଥିଲା । ନବୀନ ଉତ୍ସବକୁ ଆସିନଥିବା ବେଳେ କେବଳ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ ।

ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକ ଜନ୍ମଦିନକୁ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ନ ପାଳିବାକୁ ଘୋଷଣା କରିଥିଲେ । କେବଳ ଏହି ଦିନକୁ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । 

ଏହି ଦିନରେ ସରକାରୀ ଛୁଟି ମଧ୍ୟ ବାତିଲ କରାଯାଇଥିଲା । ଯାହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ପ୍ରତିକ୍ରିୟା । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ନବୀନଙ୍କୁ ରାଜ୍ୟ ସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନବୀନ ଯାଉଛନ୍ତି ନା ନାହିଁ  ତା' ଉପରେ ଥିଲା ସମସ୍ତଙ୍କ ନଜର । ମାତ୍ର ନବୀନ ସମାରୋହରେ ଯୋଗ ଦେଇନଥିଲେ ।

ଅଧିକ ପଢ଼ନ୍ତୁ: ବିଜେପି ସରକାର ଉପରେ ବର୍ଷିଲେ ନବୀନ; କହିଲେ. ‘ବିଜୁଙ୍କ ନାଁ କୁ କାଟିବାକୁ ବିଜେପି ଅପଚେଷ୍ଟା କରୁଛି’

Naveen Patnaik Biju Jayanti Chief Minister Mohan Majhi
Advertisment
Advertisment