Advertisment

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜୟ ଧ୍ୱଜା ଉଡ଼ାଇବାକୁ କଂଗ୍ରେସର ବଡ଼ ପ୍ଲାନ

ରାଜ୍ୟ କଂଗ୍ରେସକୁ ସଂଜିବନୀ ଦେବ କି ରାହୁଲଙ୍କ ସାଲେପୁର ସମାବେଶ ? ଆଗକୁ ପ୍ରଚାରରେ ଆସିବେ ରାହୁଲଙ୍କ ସହ ପ୍ରିୟଙ୍କା, ଖାଡଗେ ଓ ରେବନ୍ତ ରେଡ୍ଡୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics

ନିଜ ପୁରୁଣା ଗଡ଼ ଦକ୍ଷିଣ ଓଡିଶାକୁ ଦଖଲ ପାଇଁ କଂଗ୍ରେସ କରୁଛି କି ରଣନୀତି ? ଗତକାଲି ସାଲେପୁର ସମାବେଶରେ ରାହୁଲ ଗାନ୍ଧୀ ବିଜେଡି-ବିଜେପିକୁ ନିଶାନା କରିବା ପରେ ଏବେ ନଜର ଦକ୍ଷିଣ ଓଡିଶା ଉପରେ। ଯେହେତୁ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଭୋଟ୍ ଗ୍ରହଣ ହେବ, ତେଣୁ ଦକ୍ଷିଣର ଏ ୪ ଆସନ ସହ ପଶ୍ଚିମ ଓଡ଼ିଶାକୁ ମିଶାଇ ୪୦ରୁ ଅଧିକ ସିଟ୍ ହାତେଇବା ଲକ୍ଷ୍ୟରେ ରହିଛି ହାତ ଦଳ।

Advertisment

ସେଥିପାଇଁ ଆସନ୍ତା ୩ରେ ପୁଣି ରାୟଗଡା ଆସୁଛନ୍ତି ରାହୁଲ। ତାର ୭ ଦିନ ପରେ ୧୦ ତାରିଖରେ ନବରଙ୍ଗପୁର ଆସିବେ ପ୍ରିୟଙ୍କା ଗାନ୍ଧୀ । ଏମାନଙ୍କ ଛାଡ଼ା କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡିଙ୍କ ଭଳି ବହୁ ହେୱେଟ୍ ନେତା ବି ଦକ୍ଷିଣ ଓଡ଼ିଶାରେ ପ୍ରଚାର ପାଇଁ ଆସିବେ। ତେବେ କେବଳ ଦକ୍ଷିଣ କି ପଶ୍ଚିମ ନୁହଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ବି କଂଗ୍ରେସ ଭଲ ପ୍ରଦର୍ଶନ କରିବା ନେଇ ଗତକାଲି ରାହୁଲଙ୍କ ସାଲେପୁର ସମାବେଶରୁ ଆଭାସ ମିଳିଥିବା କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ଓ ବିଧାୟକ ତାରା ବାହିନୀପତି।

୨୦୧୯ ନିର୍ବାଚନରେ ଦକ୍ଷିଣ ଓଡିଶାରେ କଂଗ୍ରେସ ଏତେଟା ଭଲ ପ୍ରଦର୍ଶନ କରିପାରି ନଥିଲା। ଜୟପୁରରୁ ତାରା ପ୍ରସାଦ ବାହିନୀପତି, ମୋହନାରୁ ଦାଶରଥୀ ଗମାଙ୍ଗୋ ଓ ଖଡିଆଳରୁ ଅଧିରାଜ ପାଣିଗ୍ରାହୀ ବିଧାୟକ ଭାବେ ଜିତିଥିବାବେଳେ ଏକମାତ୍ର କୋରାପୁଟ ସଂସଦୀୟ କ୍ଷେତ୍ରରୁ ସପ୍ତଗିରି ଉଲାକା ବିଜୟୀ ହୋଇ ପୁରୁଣା ଜାତୀୟ ଦଳର ମାନ ରଖି ଦେଇଥିଲେ। 

Advertisment

ତେବେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ କିନ୍ତୁ ଖାତା ଖୋଲି ପାରିନଥିଲା ଦଳ। ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୨୫ ପ୍ରତିଶତ ଭୋଟ ପାଇଥିଲା, ତେବେ ଏଥର ତାହା ଦ୍ବିଗୁଣିତ କରିବାକୁ ଚେଷ୍ଟା ଚାଲିଥିବା ଦଳର ପ୍ରଚାର କମିଟି ଅଧ୍ୟକ୍ଷ କହିଥିବାବେଳେ ବିଜେଡି କହିଛି କଂଗ୍ରେସର ସେଠି ଆଉ ସତ୍ତା ନାହିଁ। ତେଣେ ରାଜନୀତି ସମୀକ୍ଷକଙ୍କ ମତରେ ରାହୁଲଙ୍କ ସାଲେପୁର ସମାବେଶ ଓଡ଼ିଶା କଂଗ୍ରେସ ପାଇଁ ସଂଜୀବନୀ ସଦୃଶ ହୋଇଛି। ଯେହେତୁ ଦକ୍ଷିଣ ଓଡ଼ିଶାରେ ଅଧିକ ତେଲୁଗୁ ଭାଷାଭାଷି ଭୋଟର ଅଛନ୍ତି ତେଣୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଭଳି ହେଭିୱେଟ୍ ନେତାଙ୍କୁ ଆଣି ପ୍ରଚାର କରି ଭୋଟ୍ ହାତେଇବାକୁ ଚେଷ୍ଟା କରିବ।

ରାହୁଲ, ପ୍ରିୟଙ୍କା, ଖାଡ୍ ଗେ ଓ ରେବନ୍ତ ରେଡ୍ଡୀଙ୍କ ଭଳି ଶୀର୍ଷ ନେତୃତୃଙ୍କୁ ଘନ ଘନ ପ୍ରଚାରରୁ ଆଣି ଦକ୍ଷିଣ ଓଡ଼ିଶାରେ କଂଗ୍ରେସ କେତେ ସଫଳ ହେଉଛି ତାହା ଦେଖିବାର କଥା।

BJD BJP Congress Odisha Politics General Election 2024
Advertisment
Advertisment