ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଗକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଅମିତ ଶାହ ମଧ୍ୟ ପୁଣି ଆସିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ପାଖଉଛି ନିର୍ବାଚନ, ଦୁଲୁକୁଛି ପ୍ରଚାର ମଇଦାନ। ଚତୁର୍ଥ ପର୍ଯ୍ୟାୟରେ ହେବ ବାଲେଶ୍ୱର ସଦର ପାଇଁ ମତଦାନ। ରାଜନୈତିକ ଦଳ ମାନେ ଆରମ୍ଭ କଲେଣି କସରତ।
ମତଦାନ ପୂର୍ବରୁ ଗରମ ହେଲାଣି ନିର୍ବାଚନୀ ମାହୋଲ। ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ। ପ୍ରତିଦ୍ୱନ୍ଦୀଙ୍କ ଦୁର୍ବଳତା ସହ ନିଜର ଅବଦାନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରୁଛନ୍ତି ପ୍ରୟାସ। ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ଅତି ସହଜରେ ପହଞ୍ଚାଇବାକୁ ଗୀତର ସାହାରା ନେଉଛନ୍ତି ରାଜନୈତିକ ଦଳ।
କୋରାପୁଟ କଂଗ୍ରେସ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କେହି କାହାରିକୁ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି । ସିଟିଂ ସାଂସଦ ଓ ବିଧାୟକଙ୍କୁ ବିରୋଧ କରି ଦଳର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେଣି ।
ଶେଷ ଦିନରେ ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍ ପ୍ରାର୍ଥୀ ନୋମିନେସନ ଦାଖଲ କରିଛନ୍ତି ।
ପ୍ରଚାର ଶ୍ରୀଗଣେଶ ପାଇଁ କାହିଁକି ସୋନପୁରକୁ ବାଛିଲା ବିଜେପି? ସାରା ପଶ୍ଚିମ ଓଡ଼ିଶାକୁ ଶୁଭିବ କି ଶାହଙ୍କ ହୁଙ୍କାର? କୁହାଯାଉଛି ସାରା ପଶ୍ଚିମ ଓଡ଼ିଶାରେ ଏବେ ବି ବିଜେପିର ଭଲ ଲହର ରହିଛି, ତାସହ ସୋନପୁର ହେଉଛି ସେଠିକାର ଏକ ବଡ଼ ପଲିଟିକାଲ ଷ୍ଟ୍ରାଟେଜିକ୍ ପଏଣ୍ଟ।
କଥାରେ ଅଛି ମା’ କୋଳେ ପୁଅ ଦୁନିଆ ଡରେନା, ବାପ ଥିଲା ପୁଅ ସଭାରେ ହାରେନା । ଏକଥାର ସତ୍ୟତା କେତେ ଏବଂ ପୁଅଙ୍କ କ୍ଷେତ୍ରରେ କେତେ ପ୍ରମାଣିତ ହୋଇଛି, ତାହା ତ ଜଣାନାହିଁ ।
ମଞ୍ଚକୁ ଆସୁଆସୁ ଗର୍ଜିଲେ ଶାହ। ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ।
ସିଂହଦ୍ୱାର ପଟେ ତ ଏସି ଟନେଲ୍, ହେଲେ ପ୍ରଶାସନ କାହିଁକି ପାଶୋରି ଗଲା ଉତ୍ତର ଦ୍ୱାର ସମସ୍ୟାର କଥା ? ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଭକ୍ତ କଲବଲ । ପେଭର ରୋଡର ତାତିରେ ପୋଡ଼ି ଯାଉଛି ଖାଲି ପାଦ ।
ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍। ପରେ ଡ୍ରୋନ୍ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା।
ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ବୈଠକକୁ ଯାଇଛନ୍ତି ଶାହ।
କାଲିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ସୂର୍ଯ୍ୟକୋପରେ ଜଳିବ ଉପକୂଳରୁ ଉପାନ୍ତ। କାଲିଠୁ ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଲେ, ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ ବୋଲି ଶାହ କହିଛନ୍ତି।
ସୋନପୁରରେ ଜନସଭାରେ ଯୋଗ ଦେଇଛନ୍ତି ଶାହ। ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସିଛନ୍ତି। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ। ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଛନ୍ତି।
ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିବେ ।
ଦୁଇ ତିନି ଦିନର ସାମାନ୍ୟ ଆଶ୍ୱସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ଲହରି । ଆଜିଠୁ ତାତି ବଢ଼ିବ । କାଲିଠୁ ଆହୁରି ଉପରମୁହାଁ ହେବ ପାରଦ । ଆଜି ଦିନ ୨ଟା ସୁଦ୍ଧା ୪୩ ଡିଗ୍ରୀ ଡେଇଁଛି ତାତି ।
ଟାଇଁ ଟାଇଁ ଖରାରେ ଶ୍ରୀଜିଉଙ୍କୁ ଦର୍ଶନ । ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମୁଣ୍ଡ ଉପର ଖରା, ଭୂଇଁ ବି ତତଲା । ଚାଲିବା କଷ୍ଟକର । ତାତି ଓ ଗୁଳୁଗୁଳିରେ ଠିଆହୋଇ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ କଲବଲ ହେଉଛନ୍ତି ସାଧାରଣ ଭକ୍ତ ।
କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ପ୍ରମୁଖ ବିଧାନସଭା ଆସନ ଲକ୍ଷ୍ମୀପୁର । ଏଠାରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୩୮ । ଏହି ଆସନଟି ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ।
ବୌଦ୍ଧରେ ଟଳିଲେ ୨ ମାଓବାଦୀ! ବୌଦ୍ଧରେ କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ବୌଦ୍ଧ କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର ।
ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ଠକିଦେଲେ । ଚାକିରି ଲୋଭ ଦେଖାଇ ଠକି ସାରିଲେଣି ୨ କୋଟି ଊର୍ଦ୍ଧ୍ୱ ଟଙ୍କା। ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଠକିଛନ୍ତି ବ୍ୟବସାୟୀ ।
ପୂର୍ବରୁ କଟକ ଏସସିବି ମେଡିକାଲରେ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ହେଲେ ସେତେବେଳେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏଥର ରୋଗୀ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।
ଚାଉଳ ଖିରି ହେଉ କି ସିମେଇ ଖିରି ଆପଣ ଏହିଭଳି ଖିରି ଘରେ ବନେଇ ଥିବେ । କିନ୍ତୁ ଆପଣ କେବେ କି ଆମ୍ୱରେ ଖିରି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ବନେଇବା ଆମ୍ବ ଖିରି । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗଦେଲେ ସୋଫିଆ ଫିର୍ଦ୍ଦୋସ । ସୋଫିଆଙ୍କ ପ୍ରାର୍ଥୀତ୍ବ ପ୍ରସ୍ତାବକୁ ସର୍ବସମ୍ମତି: ମହମ୍ମଦ ମୋକିମ ।
ଓଡ଼ିଶାରେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ। ଲଢେଇ ପାଇଁ ବିଗୁଲ ବଜାଇବେ ଶାହ।