• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାଲିଛି ନାମାଙ୍କନ ପର୍ବ । ଆଜି ବିଜେପିର ହେଭିୱେଟ୍ ନାମାଙ୍କନ ଦାଖଲ କରୁଛନ୍ତି । ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଶାଳ ଶୋଭଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ ଦଳର ନେତା ଓ କର୍ମୀଙ୍କୁ ନେଇ ଏକ ବିଶାଳ ରାଲିରେ ବାହାରିଥିଲେ । ସେହିପରି ରାଉରକେଲାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦିଲ୍ଲୀପ ରାୟ ।

ରାଉରକେଲା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ପାନପୋଷ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିପାଇଁ ଏକ ବିଶାଳ ଶୋଭାଯାତ୍ରାରେ ସେ ବାହାରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବଲାଙ୍ଗିର ଲୋଇସିଂହାର ବିଜେପି ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି ।

ସେହିପରି ବୀରମିତ୍ରପୁରର ବିଜେପି ପ୍ରାର୍ଥୀ ଶଙ୍କର ଓରାମ ଆଜି ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଅନ୍ୟପଟେ ନାମାଙ୍କନ ପତ୍ର ଦାଖଲ କରିବା ଅବସରରେ ନାଚିଛନ୍ତି ସମ୍ବିତ ପାତ୍ର । ଆଜି ନାମାଙ୍କନ ଦାଖଲ ବେଳେ ରାସ୍ତାରେ ଯାଉଥିବା କିଛି ବୟସ୍କ ମହିଳାଙ୍କ ସହ ନାଚିଥିଲେ ସମ୍ବିତ ପାତ୍ର । ହାତରେ ହାତ ମିଶାଇ କିଛି ସମୟ ପାଇଁ ସେ ସାଧାରଣ ଲୋକଙ୍କ ସହ ନାଚି ଭୋଟ୍ ମାଗିଥିଲେ ।

ପୁରୀରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ପରେ ସମ୍ବିତଙ୍କ ଭିନ୍ନ ଭିନ୍ନ ଅବତାର ବହୁ ସମୟରେ ଦେଖିବାକୁ ମିଳିଛି । ସେହହିପରି ବିଜେପିର ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି । ମୁକେଶ ହେଉଛନ୍ତି ବିଜେପି ତରଫରୁ ଲୋଇସିଂହାର ବିଧାୟକ ପ୍ରାର୍ଥୀ । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ସେ ନାମାଙ୍କନ ଦାଖଲ କରିଛନ୍ତି ।