• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୟୂରଭଞ୍ଜରେ ମର୍ଡର ପ୍ଲାନ, ବାଲେଶ୍ୱରରେ ହତ୍ୟା । ଘର ଭଡ଼ାଟିଆ ହାତରେ ଗଲା ମାଲିକର ଜୀବନ । ନୀଳଗିରି ଅଞ୍ଚଳରେ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବରହମପୁର ଥାନା ଶେରଗଡ଼ ଝରଣାଘାଟି ଭାଲୁକାଶୁଣି ନିକଟ ତିନିକୋଶିଆ ଜଙ୍ଗଲ ପାର୍ଶ୍ୱ ରାସ୍ତାରୁ ଉଦ୍ଧାର ହୋଇଛି ମୃତଦେହ । ହତ୍ୟାକାଣ୍ଡର ଖିଅ ଖୋଜୁଛନ୍ତି ଉଭୟ ବାଲେଶ୍ୱର ଓ ମୟୁରଭଞ୍ଜ ପୋଲିସ ।

ହତ୍ୟା ପରେ ମୃତଦେହ ଲୁଚାଇବାକୁ ତଥା ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ଏସିଡ୍ ଦ୍ୱାରା ଢାଳି ପୋଡ଼ି ଦେବା ପରେ ଜଙ୍ଗଲରେ ଫିଙ୍ଗିଦେଇଥିଲେ । ମୟୁରଭଞ୍ଜ ଜିଲ୍ଲାର କଟୁରିଆ ଅଞ୍ଚଳର ଶ୍ରୀରାମ ସିଂ ଗତ ୨୫ ତାରିଖ ଠାରୁ ନିଖୋଜ ନେଇ ସ୍ତ୍ରୀ ମାଳତି ହେମ୍ରମ ଶରତ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ବେଳେ ପୋଲିସକୁ ବଡ଼ ସୁରାକ୍ ମିଳିଥିଲା ।

ଅଧିକ ପଢ଼ନ୍ତୁ: ପୁଅକୁ ମାରିବାକୁ ୭୫ ଲକ୍ଷର ସୁପାରୀ, ଅଭିଯୁକ୍ତ ବାପା ସହ ୬ ଜଣଙ୍କୁ ବାନ୍ଧିଲା ପୋଲିସ୍‌

ଶ୍ରୀରାମଙ୍କ ଘରେ ଭଡା ନେଇ କମ୍ପୁଟର ଦୋକାନ କରିଥିବା ଜାମଦା ଅଞ୍ଚଳର ଅଶୋକ ସେଠୀ ହିଁ ଶ୍ରୀରାମଙ୍କ ହତ୍ୟାକାରୀ ବୋଲି ଜାଣିବାକୁ ପାଇଥିଲା । ଘଟଣାରେ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କରିଛି ପୋଲିସ । ପରକୀୟା ପ୍ରୀତି ପାଇଁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରି ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ, ଶ୍ରୀରାମଙ୍କ ଘରେ ମୋବାଇଲ ଦୋକାନ କରିଥିବା ଅଶୋକ ଓ ସିଲେଇ ଦୋକାନ କରିଥିବା ଜଣେ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଘର ମାଲିକ ଏହା ଜାଣି ପାରି ଅଶୋକଙ୍କୁ ତାଗିଦ୍ କରିଥିଲେ । ଏହାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ଅଶୋକ । ପରେ ନିଜ ସହଯୋଗୀ ସହ ମିଳି ଶ୍ରୀରାମଙ୍କୁ ହତ୍ୟା କରିଥିଲେ ଓ ପ୍ରମାଣ ନଷ୍ଟ ପାଇଁ ଜଙ୍ଗଲରେ ପକାଇ ଦେଇଥିଲେ ।