ଆପଣ ଡାଲି ବା ବୁଟର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଏକ ନିଆରା ଓ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିଟିର ନାଁ ହେଉଛି ‘ରାଜମା କଷା’ ।
କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଏହା ଦ୍ବିତୀୟ ନିର୍ବାଚନ କ୍ଷେତ୍ର । କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ
ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
ସୋସିଆଲ ମିଡିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ । ନୟାଗଡ଼ରେ ଶତାଧିକ ମହିଳାଙ୍କ ଶୋଭାଯାତ୍ରା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ଆଜିର ପଞ୍ଚାଙ୍ଗ ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨ ତାରିଖ ଗୁରୁବାର ଚନ୍ଦ୍ର- ମକର ଦିବା ୦୨.୩୧ ଗତେ କୁମ୍ଭ ତିଥି- ୯ମୀ ରାତ୍ରି ୦୧.୫୩ ଗତେ ଦଶମୀ।ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୨.୩୧ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଛୁଆକୁ କୋଳରେ ପାଇ ଗେଲ କରୁଛି, ଚାଟି ପକାଉଛି। କାଳେ କିଏ ପୁଣି ତା ଛୁଆକୁ ତା ଠୁ ଅଲଗା କରିଦେବ, ସେଇଥିପାଇଁ ସତର୍କ ଦୃଷ୍ଟିରେ ଚାରି ଆଡକୁ ଅନାଉଛି।
ଲକ୍ଷ୍ମୀ ଟକିଜିର ମାଲିକ କହିଛନ୍ତି ସରକାର ଯଦି ସହଯୋଗ ଯୋଗାଇଦେବେ ତେବେ ପୁଣି ଫିଲ୍ମ ହଲ କରିବା ପାଇଁ ଆମେ ପ୍ରସ୍ତୁତ । ଏପଟେ ଆଦର୍ଶ ଆଚରଣ ବିଧି ହଟିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ କୁହାଯାଉଛି।
ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ।
ଅସମ୍ଭାଳ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ଗ୍ରାମବାସୀଙ୍କ ହଲ୍ଲାବୋଲ। ଗାଁକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଘେରି ଜଣାଇଛନ୍ତି ଦାବି। ପ୍ରଶ୍ନ କରିଛନ୍ତି, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଥିବା ନେଇ ବୋର୍ଡ ମାରୁଛ, ପାଣି କାହିଁ ?
ଜଟଣୀ ସିଟ୍ ହାତେଇବାକୁ ବିଜେଡି ଓ କଂଗ୍ରେସର ଝାଳବୁହା ପରିଶ୍ରମ । ଜଟଣୀ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପିର ଜୋରଦାର ପ୍ରୟାସ ।
ରାଜ୍ୟ ସରକାରଙ୍କ ଇ-ଫାଇଲ କିଏ ଦେଖୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ଅପରାଜିତା ?
ଦିଲ୍ଲୀ ଅଭିମୁଖେ ଉଡ଼ିବାର ୧୦ ମିନିଟ ପରେ ପୁଣି ଫେରିଲା । ଭୁବନେଶ୍ବର ଫେରି ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ ।
ସଭା ଆରମ୍ଭରୁ ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ। ତେବେ ଏନେଇ ବିଧାୟକ ବ୍ୟୋମକେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ମିଶ୍ରଣ ପର୍ବ ପରେ ବିଜେଡି ମହଲରେ ମୃଦୁ କମ୍ପନ ସୃଷ୍ଟି ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
ନିୟମ ଖିଲାପକାରୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପ୍ର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।
ଓଡ଼ିଶାରେ ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ମାନେ ପଟୁଆରରେ ଆସି ନାମାଙ୍କନ ଦାଖଲ କରୁଛନ୍ତି ।
ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଲ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନା ନନେଇ ସାନବାବୁ କହି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ଅପରାଜିତା ।
ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ ।
ବିଶ୍ୱର ୧୦ ଉତ୍ତପ୍ତ ସହର ଓଡ଼ିଶାର ୩ ସହର ରହିଛି । ଏହି ତାଲିକାରେ ବାରିପଦା ଦ୍ୱିତୀୟ ସ୍ଥାନରେ ଥିବାବେଳେ ବାଲେଶ୍ୱର ତୃତୀୟ ଓ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି ।
ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ।