କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନାନା ସମସ୍ୟା । ବିଦ୍ୟୁତ ସମସ୍ୟା ସାଙ୍ଗକୁ କାମ କରୁନି ଏସି ଓ ଫ୍ୟାନ । ଚାରି ଆଡେ ମାଳ ମାଳ ମୂଷା । ଏହାକୁ ନେଇ ଅଭିଯୋଗ କଲେ ବି ପଦକ୍ଷେପ ନିଆଯାଇନି ।
ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ ଜିନେସ କାଣ୍ଡୁଲାନା ।
ପୂର୍ବରୁ ଏହି କଲେଜ ଜମି ଦୁର୍ନୀତି ମାମଲାରେ ଜେରା କରିଥିଲା ଇଡି । ସଭାପତି ପଦରେ ୨୦୧୦ ମସିହାରୁ ଥିଲେ ପ୍ରୟାସକାନ୍ତି ସାମଲ।
ଆକାଉଣ୍ଟଧାରୀ ସହ ସୋସିଆଲ୍ ମିଡିଆ ଉପରେ ବି ହେବ କାର୍ଯ୍ୟାନୁଷ୍ଠାନ । କଡ଼ା ଚେତାବନୀ ଶୁଣାଇଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।
ବିଜେପିର ଶୀର୍ଷ ନେତାଙ୍କୁ ନେଇ ୩ ଘଣ୍ଟା ଧରି ବସିଥିବା ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ।
ଅକାଳରେ ଆରପାରିକୁ ଚାଲିଗଲେ ବାପାମାଆ । ହେଲେ ଦିବଂଗତ ବାପା ଚାକିରି କାଳରେ କରିଥିବା ଋଣ ପାଇଁ, ଏବେ କୋର୍ଟରେ ହାଜର ହେଲେ ୨ ନାବାଳକ ପୁଅ ।
ଏକାକୀ ଲଢେଇ ପାଇଁ ବିଜେପି-ବିଜେଡିର ନିଷ୍ପତ୍ତି ପରେ ଦୁଇ ଦଳର ପ୍ରସ୍ତୁତି ଜୋର। ଖୁବଶୀଘ୍ର ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ।
ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ପ୍ରାୟ ୧୩୦ ଜଣ।
କଟକରେ କାନି ଖାଉଛି ବିଜେଡି ଗୁଡି। ପୁରୁଖା ଓ ଦକ୍ଷ ନେତା ଦଳ ଛାଡୁଛନ୍ତି। ଖୋଜା ଚାଲିଛି ମଙ୍ଗୁଆଳ। ଗତକାଲି ସାଂସଦ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା ପରେ କଟକ ରାଜନୀତି ବେଶ ସରଗରମ।
ରାଜଧାନୀରେ ଧଳାଜହର ବେପାରର ନୂଆ ଟ୍ରେଣ୍ଡ। ଆଉ ଯୁବକ ନୁହଁନ୍ତି, ଏବେ ଯୁବତୀ ସାଜିଛନ୍ତି ବ୍ରାଉନସୁଗାର ବେପାରର ମୁଖ୍ୟ ବାହକ।
ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ଟିମ୍ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣ ପରେ ଖୁଣ୍ଟୁଣୀ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି।
ମହିଳା ବିଦେଶୀ ପର୍ଯ୍ୟଟକ ଜଣକ ପୋଲାଣ୍ଡ ନାଗରିକ ହୋଇଥିବା ଜଣାପଡିଛି। ତେବେ ସେ ଶ୍ରୀମନ୍ଦିର ଭିତରକୁ କାହିଁକି ପ୍ରବେଶ କଲେ ସେ ନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି।
କେମିତି ହେଲା କେନ୍ଦୁଝର ଜେଲ କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି?
ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର । ଅର୍ଥାତ ପ୍ରତିବର୍ଷ ଭଳି ଏଥର ବି ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ । ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ନିଜ ନିଜ ଘରେ, ପ୍ରତିଷ୍ଠାନରେ, ଅଫିସ ଆଦିରେ ବିଜୁଳି ବନ୍ଦ କରି ଏହି ଦିବସ ପାଳିବେ ସମସ୍ତେ ।
କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପହଞ୍ଚିଥିଲା ।
କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ବଢିଲା ଅଡୁଆ । ଜୟରାମ ପାଙ୍ଗୀ ନିଜର ପୂର୍ବତନ ଡ୍ରାଇଭରଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ଆକ୍ରମଣ ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାସ୍ତା କଡ଼ରେ ପାନୀୟଜଳ ପ୍ରକଳ୍ପ। କେଉଁଠି ଟ୍ୟାପ ଭାଙ୍ଗି ଯାଇଛି ତ କେଉଁଠି ଟ୍ୟାପରେ ପାଣି ଆସୁନି। ଜରାଜୀର୍ଣ୍ଣ ଅବସ୍ଥାରେ ଅଚଳ ଥଣ୍ଡା ପାନୀୟଜଳ ପ୍ରକଳ୍ପ ।
ବିଜେଡିକୁ ସବୁଠୁ ଅଧିକ ନିର୍ବାଚନୀ ଚାନ୍ଦା ଦେଇଛି ଆଦିତ୍ୟ ବିର୍ଲା ଗ୍ରୁପ୍। ଓଡ଼ିଶାରେ କ୍ଷମତାସୀନ ଦଳକୁ ବୁଲେଇ ବଙ୍କେଇ ପହଞ୍ଚାଇଛି ପାଖାପାଖି ୨୬୦ କୋଟି ଟଙ୍କା।
ନବୀନ ନିବାସରେ ଟିକେଟ କସରତ୍ । ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା । ବିଜେଡିକୁ ଭାରି ପଡିବେ କି ମାଳ ମାଳ ଆଶାୟୀ ?
ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।
ଆଜିଠୁ କିନ୍ତୁ ନୀରବି ଗଲା ସେହି ଶାଣିତ ସ୍ବର...ଆଉ ଶୁଣିବାକୁ ମିଳିବନି ସେହି ଦାମ୍ଭିକ ଦାମ ବାଣୀ । ୮୩ ବର୍ଷ ବୟସରେ ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ।
ମେଣ୍ଟ ଚର୍ଚ୍ଚା ଉପରେ ବିଜେପି ପୂର୍ଣ୍ଣଚ୍ଛେଦ ପକାଇବା ପରେ, ବିଜେଡି ବି ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛି ।