Advertisment

ସାଲେପୁର ନ୍ୟାୟ ସମାବେଶରୁ ରାହୁଲଙ୍କ ନିଶାନା; କହିଲେ, ଓଡ଼ିଶାକୁ ଚଳାଉଛନ୍ତି ପାଣ୍ଡିଆନ୍

ନିର୍ବାଚନ ଘୋଷଣା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସି ଗର୍ଜିଛନ୍ତି ରାହୁଲ। ସାଲେପୁର ନ୍ୟାୟ ସମାବେଶରୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଓଡ଼ିଶାକୁ ପାଣ୍ଡିଆନ୍ ହିଁ ଚଳାଉଛନ୍ତି।

author-image
Santosh Kumar Sahoo
undefined

Rahul Gandhi

ସଭା ମଂଚକୁ ଆସୁ ଆସୁ ଆଟାକ୍। ଅଭିଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ହମଲା। ଓଡ଼ିଶାରେ କଂଗ୍ରେସ କ୍ୟାମ୍ପେନର ବିଗୁଲ ବଜାଇ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ରାହୁଲ ଗାନ୍ଧି। କହିଛନ୍ତି, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। ପାନ୍ ଥିଓରି ଉଠାଇ ଉଭୟ ମୋଦି ଓ ନବୀନଙ୍କୁ ଘେରିଛନ୍ତି ରାହୁଲ୍। କହିଛନ୍ତି ରାଜ୍ୟକୁ ପାଣ୍ଡିଆନ୍ ଚଳାଉଛନ୍ତି। ତାସହିତ ଖଣି ଦୁର୍ନୀତି, ଜମି ଦୁର୍ନୀତି ଓ ଚାରା ରୋପଣ ନାଁରେ କୋଟି କୋଟି ଟଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ଆଣିଛନ୍ତି ରାହୁଲ୍।

Advertisment

ସଭା ମଂଚରୁ ରାହୁଲ ଦେଇଛନ୍ତି ନିର୍ବାଚନୀ ଗ୍ୟାରେଣ୍ଟି। ପ୍ରତିଶ୍ରୁତି ଦେଇଛନ୍ତି,
- ଓଡ଼ିଶାରେ କଂଗ୍ରେସ୍ କ୍ଷମତାକୁ ଆସିଲେ ପ୍ରତି ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ
- ୫ ଶହ ଟଙ୍କାରେ ଦିଆଯିବ ଗ୍ୟାସ୍ ସିଲିଣ୍ଡର
- ଧାନ କୁଇଣ୍ଟାଲ ପିଛା MSP ୩ ହଜାର ଟଙ୍କା ହେବ
- ମହିଳାଙ୍କୁ ୨ ହଜାର, ବେକାର ଯୁବକଙ୍କୁ ୩ ହଜାର ଓ ଚାଷୀଙ୍କ ଲାଗି ୨ ହଜାର ଟଙ୍କାର ପେନସନ୍ ବି ରହିବ
- ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କ ବ୍ୟାଙ୍କ ଖାତାକୁ ବର୍ଷକୁ ୧ ଲକ୍ଷ ପଠାଯିବ
- ‘ପେହଲି ନୌକରୀ ପକ୍କି’ ଯୋଜନା ଆଣିବ କଂଗ୍ରେସ
- ଯେଉଁଥିରେ ସମସ୍ତ ବେକାର ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦିଆଯିବ
ଏଥିସହ ଆଦିବାସୀମାନଙ୍କୁ ଜଳ, ଜଙ୍ଗଲ, ଓ ଜମି ଅଧିକାର ମିଳିବ ବୋଲି ସଭା ମଂଚରୁ ଘୋଷଣା କରିଛନ୍ତି ରାହୁଲ। ସେପଟେ ବିଜେଡି, ବିଜେପି କହିଛନ୍ତି ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ।

ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ରାହୁଲ, ସାଲେପୁର ସଭା ପୂର୍ବରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Advertisment

Congress Rahul Gandhi General Elections 2024
Advertisment
Advertisment